Latest Odisha News

BREAKING NEWS

ଋଣ ଭାରରେ ବୁଡିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର

ନୂଆଦିଲ୍ଲୀ: ବିଶ୍ୱର ଋଣଗ୍ରସ୍ତ ଦେଶ ତାଲିକାରେ ଏପରି ଅନେକ ବିକଶିତ ଦେଶର ନାମ ଅଛି ଯାହା ବିଷୟରେ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ବିଶ୍ୱର ଏହି ଦେଶଗୁଡିକର ଭାବମୂର୍ତ୍ତି ଏପରି ଯେ ଏଠାରେ ବହୁତ ଧନ ମିଳିବ। କିନ୍ତୁ ବାସ୍ତବତା ହେଉଛି ଋଣରେ ବୁଡିଛନ୍ତି ଏହି ଦେଶ। ଅନେକ ଦେଶ ଏହିପରି ରିହିଛି ସେମାନଙ୍କର ଋଣ ସେମାନଙ୍କର ଜିଡିପି ଠାରୁ ଅଧିକ।

ଆଇଏମ୍ଏଫ୍ ରିପୋର୍ଟକୁ ଆଧାର କରି ବିଶ୍ୱ ପରିସଂଖ୍ୟାନ ବିଶ୍ୱର ସବୁଠାରୁ ଋଣଗ୍ରସ୍ତ ଦେଶର ଏକ ତାଲିକା ପ୍ରସ୍ତୁତ କରିଛି। ଏଥିରେ, ୨୦୨୨ ବର୍ଷ ପାଇଁ ଦେଶଗୁଡିକର ଜିଡିପି ବିରୋଧରେ କେତେ ଋଣ ଅଛି ତାହା ଆଧାରରେ ଏହି ରାଙ୍କିଂ ପ୍ରସ୍ତୁତ କରାଯାଇଛି। ତେବେ ଆସନ୍ତୁ ଜାଣି ସେହି ଦେଶର ନାମ…

ଜାପାନ
ଜାପାନ ଉପରେ ଜିଡିପିର ୨୧୬ ପ୍ରତିଶତ ଋଣ ରହିଛି। ଯାହା ଦୁନିଆରେ ସର୍ବୋଚ୍ଚ ଅଟେ।

ଗ୍ରୀସ୍
ଗ୍ରୀସ୍ ଉପରେ ଜିଡିପିର ୨୦୩ ପ୍ରତିଶତ ଋଣ ରହିଛି। ଅର୍ଥାତ୍ ଋଣ ଦେଶର ମୋଟ ଜିଡିପିର ଦୁଇଗୁଣ ଅଟେ। ତେଣୁ ଏହି ଦେଶ ମଧ୍ୟ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛି।

ୟୁନାଇଟେଡ୍ କିଙ୍ଗଡମ୍
ୟୁନାଇଟେଡ୍ କିଙ୍ଗଡମ୍ ଉପରେ ଜିଡିପିର ୧୪୨ ପ୍ରତିଶତ ଋଣ ଅଛି। ବ୍ରିଟେନ ଅର୍ଥାତ ୟୁକେର ଅର୍ଥନୀତି ମଧ୍ୟ ଅସ୍ଥିର ଅବସ୍ଥାରେ ଅଛି। ବିଶେଷକରି କୋଭିଡ -୧୯ ସମୟରେ ନିଆଯାଇଥିବା ଋଣର ଭାର ତାଙ୍କ ଉପରେ ଭାରି ପଡିଛି।

ଲେବନାନ୍
ଲେବନାନ ଉପରେ ତାର ଜିଡିପିର ୧୨୮ ପ୍ରତିଶତ ଋଣ ଅଛି ଏବଂ ଏହି ଦେଶ ଯୁଦ୍ଧର ସଙ୍କଟ ଦେଇ ଗତି କରୁଛି।

ସ୍ପେନ୍
ଜିଡିପିର ୧୧୧ ପ୍ରତିଶତ ସ୍ପେନର ଋଣ ଅଛି। ରୁଷ-ୟୁକ୍ରେନ ଯୁଦ୍ଧ ଏବଂ କୋଭିଡ -୧୯ ପରେ ସ୍ପେନ୍ ମଧ୍ୟ ଏକ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି।

ଆମେରିକା
ଆମେରିକାର ଜିଡିପିର ୧୧୦ ପ୍ରତିଶତ ଋଣ ଅଛି। ଋଷ-ୟୁକ୍ରେନ ଯୁଦ୍ଧ ଏବଂ ବିଶ୍ୱର ଆର୍ଥିକ ମନ୍ଥରତାରୁ ଆମେରିକା ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରି ନାହିଁ।

ଭାରତ
ଭାରତର ବର୍ତ୍ତମାନ ଜିଡିପିର ୪୬ ପ୍ରତିଶତ ଋଣ ରହିଛି ଏବଂ ଏହା ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ।

Comments are closed.