Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାଙ୍ଗିପାରେ ଏହି ସବୁ ରେକର୍ଡ

ରାଜକୋଟ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯିବ । ସିରିଜ ଏବେ ୧-୧ ସମାନ ସ୍ଥ୍‌ିତିରେ ଥିବାରୁ ଏହି ମ୍ୟାଚରେ ବିଜୟ ହାସଲ ପାଇଁ ଉଭୟ ଦଳ ଚାହିଁବେ । ଏହି ମ୍ୟାଚରେ ବେନ ଷ୍ଟୋକ୍ସ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଏଥିସହ ସେ ଇଂଲଣ୍ଡର ୧୬ତମ ଖେଳାଳି ଭାବେ ଏହି ଗୌରବ ଅର୍ଜନ କରିବେ । ପୂର୍ବରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ୧୫ ଜଣ ଲେଖାଏଁ ଖେଳାଳି ୧୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ ଖେଳିଛନ୍ତି । ସେହିପରି ଅଧିନାୟକ ଭାବେ ରାହୁଲ ଡ୍ରାଭିଡଙ୍କ ରେକର୍ଡ ସହ ସମକକ୍ଷ ହେବା ପାଇଁ ରୋହିତ ଶର୍ମାଙ୍କ ନିକଟରେ ସୁଯୋଗ ରହିଛି । ଡ୍ରାଭିଡ ୨୫ ଟେଷ୍ଟରେ ୮ଟି ମ୍ୟାଚରେ ଦଳକୁ ଜିତାଇଥିବା ବେଳେ ରୋହିତ ୭ରେ ବିଜୟୀ କରାଇଛନ୍ତି ।

ରବିଚନ୍ଦ୍ରନ ଅଶ୍ୱୀନ ଏହି ମ୍ୟାଚରେ ଭାରତର ଦ୍ୱିତୀୟ ବୋଲର ଭାବେ ୫୦୦ ୱିକେଟ ହାସଲ କରିପାରନ୍ତି । ସେ ଏଥିପାଇଁ ଆଉ ଗୋଟିଏ ୱିକେଟ ଆବଶ୍ୟ କରୁଛନ୍ତି । ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଆଉ ୫ଟି ୱିକେଟ ନେଲେ ଟେଷ୍ଟ କ୍ରିକେଟରେ ୭୦୦ ୱିକେଟ ହାସଲ କରିବେ । ଇଂଲଣ୍ଡର ପ୍ରଥମ ଏବଂ ବିଶ୍ୱ କ୍ରିକେଟରେ ତୃତୀୟ ବୋଲର ଭାବେ ଏହି କୀର୍ତମାନ ସ୍ଥାପନ କରିବେ । ତାଙ୍କ ପୂର୍ବରୁ ଶେନ ୱର୍ଣ୍ଣ (୭୦୮) ଓ ମୁଥୟା ମୁରଲୀଧରନ (୮୦୦) ଏହି ଲ୍ୟାଣ୍ଡମାର୍କ ଅତିକ୍ରମ କରିଛନ୍ତି ।

Leave A Reply

Your email address will not be published.