Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ୪-୧ରେ ଜିତି ନେଇଛି । ବିଶ୍ୱକପ ପୂର୍ବରୁ ଏହି ବିଜୟ ନିଶ୍ଚିତ ଭାବେ ଦଳର ମନୋବଳ ବଢ଼ାଇବ । ତଥାପି କେତେକ ପ୍ରଶ୍ନର ଉତର ଟିମ ଇଣ୍ଡିଆ ଖୋଜୁଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା ନିଶ୍ଚିତ ଭାବେ ଭଲ ଖବର । ସେ ୫ଟି ମ୍ୟାଚରେ ୩ଟି ଅର୍ଦ୍ଧଶତକ ମାରିଛନ୍ତି । ଏବେ ଟିମ ଇଣ୍ଡିଆର ଓପନର କିଏ ହେବ ତାହା ବଡ ପ୍ରଶ୍ନ ଭାବେ ଉଭା ହୋଇଛି । ଅବଶ୍ୟ ଈଶାନ କିଶାନଙ୍କ ଜବରଦସ୍ତ ପ୍ରଦର୍ଶନ ଏବଂ ସଞ୍ଜୁ ସାମସନଙ୍କ ବିଫଳତା ଏହାର ସମାଧାନ କରିଦେଇଥିବା ଆଶା କରାଯାଉଛି ।

ଈଶାନଙ୍କୁ ଅଭିଷେକ ଶର୍ମାଙ୍କ ସହ ଓପନର ଦାୟିତ୍ୱ ପ୍ରଦାନ କରାଯାଇପାରେ । ତିଳକ ବର୍ମା ଓ ୱାଶିଂଟନ ସୁନ୍ଦରଙ୍କ ଫିଟନେସ ସମସ୍ୟା ଏବଂ ସେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଯଦି ସେମାନେ ନ ଖେଳିବେ ତେବେ ତାଙ୍କ ସ୍ଥାନରେ କାହାକୁ ସାମିଲ କରାଯିବ ତାହା ଏକ ବଡ ପ୍ରଶ୍ନ । ଏସିଆ କପ ୨୦୨୫ ପରେ ଯଶପ୍ରୀତ ବୁମରାହଙ୍କୁ ପାୱାର ପ୍ଲେରେ କମ ବ୍ୟବହାର କରାଯାଉଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବ୍ୟବହାର କରାଯାଉଛି । କିଛି ମ୍ୟାଚରେ ବୁମରାହଙ୍କ ବୋଲିଂ ପ୍ରଭାବ କମ ପରିଲକ୍ଷିତ ହେଉଛି । ଟି୨୦ ବିଶ୍ୱକପରେ ପାୱାର ପ୍ଲେରେ ବୋଲରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଟିମ ଇଣ୍ଡିଆ ଏଥିପ୍ରତି କିପରି ଗୁରୁତ୍ୱ ଦେଉଛି ତାହା ଦେଖିବା କଥା ।

Leave A Reply

Your email address will not be published.