Latest Odisha News

BREAKING NEWS

୨୦୧୬ ଡବଲ ମର୍ଡର: ସିବିଆଇ ତଦନ୍ତ ଦାବି କଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡା: ୨୦୧୬ ମସିହାରେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି । ପୂର୍ବତନ ବିଧାୟକ ଅନୁପ ସାଏଙ୍କ ମାଆ, ପତ୍ନୀ, ଝିଅ, ବଡ ଭାଇ, ଭାଉଜ ଓ ଭଣଜା ଶନିବାର ଦିନ ସନ୍ଧ୍ୟାରୁ ଜିଲ୍ଲାପାଳ ଅଫିସ ସାମନାରେ ଧାରଣାରେ ବସିଥିଲେ ଏବଂ ସୁରକ୍ଷା ଓ ନ୍ୟାୟର ଦାବି କରୁଥିଲେ ।

ଅନୁପ ସାଏଙ୍କ ପରିବାର ଅଭିଯୋଗ ଆଣିଥିଲେ କି, ଛତିଶଗଡ ପୋଲିସ ଏକ ତ୍ରୁଟିଯୁକ୍ତ ଓ ପକ୍ଷପାତପୂର୍ଣ୍ଣ ଯାଂଚ କରିଥିଲା । ଅନୁପ ସାଏଙ୍କୁ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରିଥିଲା । ସେମାନେ କହିଥିଲେ, “ରାଇଗଡ ପୋଲିସ ଦ୍ୱାରା କରାଯାଇଥିବା ପଚରାଉଚୁରା ଓ ବିବୃତ୍ତି ର ମେଳ ହେଉନି । ଘଟଣାର ବାସ୍ତବ ସତ୍ୟ ସେତେବେଳେ ସାମନାକୁ ଆସିବ ଯେତେବେଳେ ସିବିଆଇକୁ ଏହାର ତଦନ୍ତ ଭାର ଦିଆଯିବ ।”

Leave A Reply

Your email address will not be published.