Latest Odisha News

ଜୁନ ୧ରୁ ବଦଳୁଛି ଏସବୁ ନିୟମ, ଜାଣନ୍ତୁ…

ନୂଆଦିଲ୍ଲୀ: ଜୁନ୍ ୧ରୁ ଦେଶରେ କିଛି ସେବା ବଦଳିବାକୁ ଯାଉଛି। ଯାହା ଜନସାଧାରଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନଗୁଡିକ ବ୍ୟାଙ୍କିଙ୍ଗ କ୍ଷେତ୍ର ଠାରୁ ଆରମ୍ଭ କରି ଆୟକର ଦାଖଲ ପର‌୍ୟ୍ୟନ୍ତ ରହିବ।

ଜୁନ୍ ୧ ରୁ କ’ଣ ପରିବର୍ତ୍ତନ ହେବାକୁ ଯାଉଛି, ଜାଣନ୍ତୁ…

ଆୟକର ବିଭାଗର ଇ-ଫାଇଲ୍ ପୋର୍ଟାଲ୍ ଜୁନ୍ ୧ ରୁ ୬ ଯାଏଁ କାମ କରିବ ନାହିଁ। ବିଭାଗ ପକ୍ଷରୁ ଟିକସଦାତାମାନଙ୍କ ପାଇଁ ଆୟକର ଇ-ଦାଖଲ ପାଇଁ ଜୁନ୍ ୭ ତାରିଖରେ ଏକ ନୂଆ ପୋର୍ଟାଲ୍ ଲଞ୍ଚ କରିବାକୁ ଯାଉଛି। ଏହି ପୋର୍ଟାଲର ନାମ ରହିଛି http://incometaxindiaefiling.gov.in ।

ଜୁନ୍ ୧ରେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି।

ଜୁନ୍ ୧ ରୁ ବ୍ୟାଙ୍କ ଅଫ୍ ବରୋଦା ରେ ପଜିଟିଭ୍ ପେ ସିଷ୍ଟମ୍ ଲାଗୁ ହେବାକୁ ଯାଉଛି। ଯେଉଁଥିରେ ଚେକ୍ ପ୍ରଦାନକାରୀଙ୍କୁ ଚେକ୍ ସମ୍ବନ୍ଧୀୟ କିଛି ସୂଚନା ବ୍ୟାଙ୍କକୁ ଦେବାକୁ ପଡିବ।

Leave A Reply

Your email address will not be published.