Latest Odisha News

BREAKING NEWS

ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିସଭା

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ପ୍ରଫେସର ସ୍ବର୍ଗତଃ ରାଧାକାନ୍ତ ମିଶ୍ରଙ୍କ ଏକାଦଶାହ ଉପଲକ୍ଷେ “ରାଧାକାନ୍ତ ମିଶ୍ର ସ୍ମୃତି ସଂସଦ” ପକ୍ଷରୁ ଏକ ଶୋକସଭା ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ କଲିକତା ପ୍ରେସିଡେନ୍ସି ବିଶ୍ବବିଦ୍ୟାଳୟର  ପ୍ରଫେସର ତନୁଜା ମଜୁମଦାରଙ୍କ ଦ୍ୱାରା ପ୍ରଫେସର ରାଧାକାନ୍ତ ମିଶ୍ର ସ୍ମୃତି ସଂସଦ ତରଫରୁ ‘ଫେସବୁକ ପେଜ’ ଉନ୍ମୋଚିତ ହୋଇଥିଲା।

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରାଧ୍ୟାପିକା ଡଃ ସ୍ନେହଲତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ମୃତି ସଭାକୁ , ରେଭେନ୍ସା ବିଶ୍ଵବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର, ଅଧିଷ୍ଠାତା ପରିଷଦର ଅଧ୍ୟକ୍ଷା, ହିନ୍ଦୀ ବିଭାଗର ପ୍ରଫେସର ସ୍ମରପ୍ରିୟା ମିଶ୍ର ଅଧ୍ୟକ୍ଷତା କରିଥିଲେ।

ଏହି ସଭାରେ ହାୱଡା ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦାମୋଦର ମିଶ୍ର, ବିଶ୍ଵଭାରତୀ ଶାନ୍ତି ନିକେତନର ହିନ୍ଦୀ ବିଭାଗ ମୁଖ୍ୟ ପ୍ରଫେସର ରବୀନ୍ଦ୍ରନାଥ ମିଶ୍ର, ପ୍ରଫେସର ଚକ୍ରଧର ତ୍ରିପାଠୀ, ପ୍ରଫେସର ରାମେଶ୍ବର ମିଶ୍ର, ପ୍ରଫେସର ସଦାନନ୍ଦ ଶାହୀ, ପ୍ରଫେସର ସୁବାସ ଚନ୍ଦ୍ର ଦାଶ , ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଅଶ୍ବିନୀ କୁମାର ମିଶ୍ର, ପ୍ରଫେସର ଗଣେଶ ପ୍ରସାଦ ଦାସ, ଡଃ ସତବୀର ସିଂହ, ଡଃ ଗଙ୍ଗାଧର ଵାନାଡେ, ଡଃ ସବିତା ସାହୁ, ଡଃ ମୀନା ସୋନୀ, ଡଃ ରଂଜନ କୁମାର ଦାସ, ଡଃ କବିତା ପାତ୍ର,ଡଃ ସଂଜୟ କୁମାର ଜୟଵାଲ, ଡଃ ଜ୍ୟୋତି ମିଶ୍ର, ଡଃ ସଦନ କୁମାର ପାଳ, ଡଃ ଅବଦୁଲ ଉଷ୍ମାନ ଖାଁ, ଡଃ କମଳପ୍ରଭା କପାନୀ,  ସତ୍ୟପ୍ରକାଶ ମିଶ୍ର, ଡଃ ସତ୍ୟନାରାୟଣ ପଣ୍ଡା, ଡଃ ରଫିଆ ରୁବାବ, ଡଃ ବିଷ୍ଣୁପ୍ରିୟା ଭୁକ୍ତା, ଡଃ ପାର୍ବତୀ ବାରିକ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତଃ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ ।  ଏହି ସ୍ମୃତିସଭାରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ପ୍ରଫେସର  ମିଶ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ପ୍ରତିବର୍ଷ ମେ’ ୨୦ ତାରିଖରେ ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ପୁଣ୍ଯତିଥିରେ ‘ଫେସବୁକ ପେଜ’ ମାଧ୍ୟମରେ ତାଙ୍କର ସାହିତ୍ୟିକ ଅବଦାନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି  ନିଆଯାଇଥିଲା ।

ଏହି ସ୍ମୃତିସଭାରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରଫେସର ମିଶ୍ରଙ୍କୁ ନିଜ ନିଜ ଭାବନାର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟର ହିନ୍ଦୀ ବିଭାଗ ମୁଖ୍ୟ ଡଃ ଅମୂଲ୍ୟ ରତ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.