ମୁମ୍ବାଇ: ‘ରାମାୟଣ’ କାହାଣୀକୁ ନେଇ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଥିବା ବିବାଦ ପିଛା ଛାଡ଼ୁନି । ଫିଲ୍ମର କାହାଣୀ ଓ ସଂଳାପକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ଏବେ ପୁଣି ନୂଆ ବିବାଦ ସାମ୍ନାକୁ ଆସିଛି । ଫିଲ୍ମର ବହୁ ସିନ୍ ହଲିଉଡ଼ରୁ କପି ହୋଇଥିବା ଦେଖିବାକୁ ମିଳିଛି । ଏହାର କପି ହୋଇଥିବା ଅଧିକାଂଶ ସିନ୍ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଏହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଆଦିପୁରୁଷରେ ପ୍ରଭୁ ରାମ ଗଭୀର ପାଣି ତଳେ ପଦ୍ମାସନ ପୋଜ୍ରେ ବସିଥିବାର ଏକ ସିନ୍ ରହିଛି, ଯାହା ହଲିଉଡ ଫିଲ୍ମରୁ କପି କରାଯାଇଥିବା ଦେଖିବାକୁ ମିଳିଛି । ଠିକ ସେହି ସମାନ ଦୃଶ୍ୟରେ ୨୦୨୦ ଚଳଚ୍ଚିତ୍ର ଏକ୍ସଟ୍ରାକସନରେ କ୍ରିସ ହେମସୱର୍ଥଙ୍କ ମଧ୍ୟ ସମାନ ଢଙ୍ଗରେ ନଜର ଆସିଥିଲେ । ସେହିପରି ଫିଲ୍ମରେ ପ୍ରଭୁ ରାମଙ୍କ ମାଙ୍କଡ଼ସେନାରେ ଦେଖାଯାଇଥିବା ମାଙ୍କଡମାନେ ୨୦୧୧ ଚଳଚ୍ଚିତ୍ର ପ୍ଲାନେଟ ଅଫ ଆପ୍ସ ହଲିଉଡ ଫିଲ୍ମରୁ କପି କରାଯାଇଛି । ସେହି ଫିଲ୍ମରେ ମାଙ୍କଡ଼ମାନଙ୍କ ବେଶଭୂଷା ଏବଂ ଦୌଡିବା ଯେଉଁ ପୋଜ୍ରେ ଥିଲା ଏଥିରେ ମଧ୍ୟ ମାଙ୍କଡମାନେ ସାମନ ପୋଜରେ ଦେଖାଯାଇଛି ।
ସେହିପରି ଫିଲ୍ମ ଆଦିପୁରୁଷରେ ସୈଫ ଅଲ୍ଲୀ ଖାନଙ୍କୁ ପୁଷ୍ପକ ବିମାନ ବଦଳରେ ବାଦୁଡି ଉପରେ ବସି ବୁଲୁଥିବାର ଦେଖାଯାଇଛି । ଏହି ବାଦୁଡି ଗୋଟ୍ ଡ୍ରାଗନର ନକଲ ହୋଇଛି । ବାଦୁଡି ପରି ସେହି ଫିଲ୍ମର ଡ୍ରାଗନ ମଧ୍ୟ ଏପରି ଉଡ଼ୁଥିବାର ଦେଖିବାକୁ ମିଳିଛି । ଆଦିପୁରୁଷ ଫିଲ୍ମରେ ସୁନାର ଲଙ୍କାକୁ କଳା ରଙ୍ଗର ଲଙ୍କା ଭାବେ ଦେଖାଯାଇଛି । କେବଳ ଏତିକି ନୁହେଁ, ଲଙ୍କାକୁ ଥୋର: ରାଗନାରୋକ ହଲିଉଡ ଫିଲ୍ମର ଆସଗାର୍ଡର ପରି ବର୍ଣ୍ଣନା କରାଯାଇଛି । ଏହିପରି ଭାବେ ଆଦିପୁରୁଷର ଅନେକ ସିନ୍ ହଲିଉଡ଼ରୁ ନକଲ ହୋଇଥିବା ଦେଖିବାକୁ ମିଳିଛି ।
Comments are closed.