ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି ପକ୍ଷରୁ) ସହରରେ ଦୁଇଟି କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି।
ବିଏମସିର ନିର୍ଦ୍ଦେଶ ଅନୁଯାୟୀ ସବସିଡାରି ଇଣ୍ଟେଲିଜେନ୍ସ ବ୍ୟୁରୋ (ଏସଆଇବି)ର ଏକ ରେସିଡେଣ୍ଟସିଆଲ୍ କଲୋନୀ, ବିଦ୍ୟୁତ ମାର୍ଗ, ୟୁନିଟ୍-ଭି ଏବଂ ବେହେରା ସାହି, ରୁଦ୍ରପୁର, ୱାର୍ଡ ନଂ ୪ କୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।
ସବସିଡାରି ଇଣ୍ଟେଲିଜେନ୍ସ ବ୍ୟୁରୋ (ଏସଆଇବି)ର ରେସିଡେଣ୍ଟସିଆଲ୍ କଲୋନୀ ଭିତରେ ଅନେକ ପଜିଟିଭ ମାମଲା ଚିହ୍ନଟ ହୋଇଛି। ଭୁବନେଶ୍ୱରର ବିଦ୍ୟୁତ ମାର୍ଗ, ୟୁନିଟ୍-୫ ଅଞ୍ଚଳରେ ସଂକ୍ରମଣ ବିସ୍ତାରକୁ ରୋକିବା ଲାଗି କଣ୍ଟେଣ୍ଟମେଣ୍ଟ୍ ଜୋନ୍ ଭାବେ ପରିଣତ କରାଯାଇଛି।କଣ୍ଟେଣ୍ଟମେଣ୍ଟ ଜୋନ୍ ଭିତରକୁ ଯାତାୟାତ କରିବା ଉପରେ କଟକଣା ଲଗାଯାଇଛି।
ନିର୍ଦ୍ଦେଶ ଅନୁଯାୟୀ, ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସହ କଣ୍ଟେଣ୍ଟମେଣ୍ଟ ଜୋନରେ ରହୁଥିବା ଲୋକଙ୍କ ପାଇଁ ମେଡିକାଲ ସେବା ଯୋଗାଇ ଦିଆଯିବ।
ଅପରପକ୍ଷେ କଣ୍ଟେନମେଣ୍ଟ ଜୋନର ସୀମା ଭିତରେ ଥିବା ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଛି।
Comments are closed.