Latest Odisha News

୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଖୁବ୍‌ ଶୀଘ୍ର ଆସୁଛି ଏହି ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଆସୁଛି ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଡସ୍ କାଡିଲା ଦ୍ବାରା ବିକଶିତ ହୋଇଥିବା ଏକ ନୂଆ କରୋନା ଟିକା। ଏହି ଟିକା ୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଉପଲବ୍ଧ ହେବ ବୋଲି କେନ୍ଦ୍ର ଗତକାଲି ସୁପ୍ରିମ୍‌କୋର୍ଟଙ୍କୁ ସୂଚନା ଦେଇଛି।

ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଡସ୍ କାଡଲା ଏହାର କ୍ଲିନିକାଲ୍ ପରୀକ୍ଷଣ ଶେଷ କରିଛି ଏବଂ ଖୁବ୍ ଶୀଘ୍ର ଏହି ଟିକା ନିର୍ଦ୍ଦିଷ୍ଟ ବର୍ଗର ପିଲାଙ୍କ ଲାଗି ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

କରୋନା ତୃତୀୟ ଲହର ପିଲାମାନଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଜଣାପଡ଼ିବା ପରେ ଏହାକୁ ଯଥାଶାଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଲାଗି ପଡ଼ିଛି କମ୍ପାନୀ।

Comments are closed.