Latest Odisha News

BREAKING NEWS

ଚୋରି କରିବା ପରେ ବ୍ୟାଗରେ ଥିବା ସାର୍ଟିଫିକେଟକୁ ଫେରାଇଲା ଚୋର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଜଣେ ଚୋର ଚୋରି କରିଥିବା ବ୍ୟାଗରେ ଥିବା ସମସ୍ତ ଜିନିଷକୁ ରଖି ଫେରାଇଦେଇଛି ସାର୍ଟିଫିକେଟ ।

ପ୍ରାପ୍ତ ସୂଚନ ଅନୁଯାୟୀ, ଅକ୍ଟୋବର ୮ ତାରିଖରେ ଜଣେ ଚୋର ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରୁ ଏକ ବ୍ୟାଗ ଚୋରି କରିଥିଲା । ତେବେ ଚୋରିର ଏହି ଦୃଶ୍ୟ ସେଠାରେ ଥିବା ଏକ ସିସିଟିଭିରେ କଏଦ ହୋଇଥିଲା କିନ୍ତୁ ଏଥିରେ ଚୋରର ମୁଁହ ସ୍ପଷ୍ଟ ଭାବେ ଚିହ୍ନଟ ହୋଇ ପାରି ନଥିଲା ।

ଏହି ବ୍ୟାଗରେ ମୋବାଇଲ ଫୋନ, ଲ୍ୟାପଟପ, ସାର୍ଟିଫିକେଟ ଓ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଥିଲା।

ବ୍ୟାଗରେ ଥିବା ଆଧାର କାର୍ଡରୁ ଠିକଣା ଓ ଫୋନ ନମ୍ବର ସଂଗ୍ରହ କରି ଚୋରଟି ବ୍ୟାଗ ମାଲିକଙ୍କୁ ଫୋନ କରିଥିଲା। ଏହାପରେ ଏକ ବସ ଯୋଗେ ବ୍ୟାଗରେ ଥିବା ସମସ୍ତ ସାର୍ଟିଫିକେଟ ଗୁଡିକ ମଲିକ ନିକଟକୁ ପଠାଇ ଦେଇଛି । କିନ୍ତୁ ବ୍ୟାଗରେ ଥିବା ଲ୍ୟାପଟପବ ମୋବାଇଲକୁ ଚୋରଟି ପଠାଇ ନଥିବା ଜଣାପଡିଛି ।

Leave A Reply

Your email address will not be published.