Latest Odisha News

BREAKING NEWS

ମୋବାଇଲରୁ ପରାମର୍ଶ ନେଇ ବଲାଙ୍ଗୀରର ଏହି ଚାଷୀ କିପରି ଅଧିକ ଅମଳ କରି ଭଲ ଉପାର୍ଜନ କଲେ, ଜାଣନ୍ତୁ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡମହୁଲ ଗ୍ରାମର ଦିଲ୍ଲେଶ୍ୱର ସାହୁ ଏବେ ଜଣେ ସଫଳ ଚାଷୀ ।

ଦିଲ୍ଲେଶ୍ୱରଙ୍କର ୯ ଏକ ଚାଷଜମି ଅଛି । ସେ ତାଙ୍କର ତିନି ଏକର ଚାଷଜମିରେ ଧାନ ଚାଷ କରି ଅବଶିଷ୍ଟ ଜମିରେ ପରିବା ଚାଷ କରିଥାଆନ୍ତି ।

“ଆମ ପରିବାର କହିଲେ ସମୁଦାୟ ୭ଜଣ । ଦେଖିବାକୁ ଗଲେ ଆୟ କିନ୍ତୁ ଢେର୍ କମ,” ବୋଲି କହନ୍ତି ଦିଲ୍ଲେଶ୍ୱର ।

“ଏକ ରେଡ଼ିଓ କାର୍ଯ୍ୟକ୍ରମରେ ମୁଁ ରିଲାଏନ୍ସ ଫାଉଣ୍ଡେସନ ସମ୍ପର୍କରେ ଜାଣିବାକୁ ପାଇଲି । ସେମାନେ ଏକ ଟୋଲ୍ ଫ୍ରି ନମ୍ବର ଦେଇଥିଲେ – ୧୮୦୦୪୧୯୮୮୦୦ ଯାହାଦ୍ୱାରାକି ଆମେ ତାଙ୍କର କୃଷି ବୈଜ୍ଞାନିକମାନଙ୍କ ଠାରୁ ଚାଷ ସମ୍ପର୍କରେ କିଛି ପରାମର୍ଶ ନେଇପାରିବୁ । ପରେ ମୁଁ ଏହି ନମ୍ବରରେ କୃଷି ବୈଜ୍ଞାନିକଙ୍କ ସହିତ ପରାମର୍ଶ କଲି । ସେ ଉନ୍ନତ କୃଷି ପ୍ରଣାଳୀ ସମ୍ପର୍କରେ ମୋତେ ଅନେକ ଭଲ ପରାମର୍ଶ ଦେଇଥିଲେ ।” ଏହା କହନ୍ତି ଦିଲ୍ଲେଶ୍ୱର ।

“ପ୍ରକୃତରେ ରିଲାଏନ୍ସ ଫାଉଣ୍ଡେସନର କୃଷି ବୈଜ୍ଞାନିକଙ୍କ ପରାମର୍ଶ ଗ୍ରହଣ କରିବା ପରେ ଭଲ ଚାଷ କରିବାକୁ ଲାଗିଲି । ଆମେ ଚାଷରେ ପୋକ ଲାଗୁଥିବାରୁ ବହୁ ହଇରାଣ ହରକତ ହେଉଥିଲୁ । ଉନ୍ନତ କୀଟନାଶକ ନପାଇ ଚାଷରେ ବହୁତ କ୍ଷତି ସହିବାକୁ ପଡୁଥିଲା । ଏପରିକି ବହୁ ସମୟ ମଧ୍ୟ ଅପଚୟ ହେଉଥିଲା । ମୁଁ ଅନୋନ୍ୟପାୟ ହୋଇ ସେହି ଟୋଲ ଫ୍ରି ନମ୍ବରରେ ଫୋନ ଲଗାଇଲି । ଜମିରେ କୀଟ ଦାଉରୁ ରକ୍ଷା ପାଇବାକୁ ଉପାୟ ଜାଣିଲି । ମୋ ଚାଷଜମିର ଏହି ଅସୁବିଧା ଦୂର ହୋଇଗଲା ଯେତେବେଳେ ରିଲାଏନ୍ସ ଫାଉଣ୍ଡେସନର କୃଷି ବୈଜ୍ଞାନିକଙ୍କ ପରାମର୍ଶ ଅନୁଯାୟୀ ଚାଷ କଲି । ସେ ମୋତେ ପରାମର୍ଶ କରିଥିବା କୀଟନାଶକ ମୋ ଚାଷଜମିରେ ପ୍ରୟୋଗ କରିବା ଦ୍ୱାରା ଆଉ ଫସଲରେ ପୋକ ଲାଗିଲେ ନାହିଁ,” ବୋଲି ସ୍ୱୀକାର କରି କହନ୍ତି ସଫଳ ଚାଷୀ ଦିଲ୍ଲେଶ୍ୱର ।

“ଏବେ ମୁଁ ମୋ ଚାଷଜମିରୁ ୫୦ ହଜାର ଟଙ୍କାରୁ ପ୍ରାୟ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଖାଲି ଲାଭ ପାଇବାରେ ଲାଗିଛି । ଏପରିକି ପରିବା ଚାଷରୁ ମଧ୍ୟ ମୁଁ ନିୟମିତ ଭାବେ ପ୍ରଚୁର ଲାଭ ପାଇଚାଲିଛି,” ବୋଲି କହନ୍ତି ଦିଲ୍ଲେଶ୍ୱର ।

ଏବେ ଚାଷରେ ବେଶ୍ ଆତ୍ମବିଶ୍ୱାସ ବୃଦ୍ଧି ପାଇଥିବା ବେଳେ ସେ ଆନନ୍ଦିତ ହୋଇ କହନ୍ତି, “ରିଲାଏନ୍ସ ଫାଉଣ୍ଡେସନ ଏବଂ ଏହାର ସମସ୍ତ କୃଷି ବୈଜ୍ଞାନିକ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ପୂର୍ବାପେକ୍ଷା ଏବେ ମୁଁ ଯଥେଷ୍ଟ ଅଧିକ ଉପାର୍ଜନ କରିବା ସହିତ ଭଲରେ ଚଳୁଛି,” ବୋଲି ବଲାଙ୍ଗୀରର ସଫଳ ଚାଷୀ ଦିଲ୍ଲେଶ୍ୱର କହିଛନ୍ତି ।

Leave A Reply

Your email address will not be published.