Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମନ୍ଦିରରୁ ଚୋରି ବେଳେ ସିସିଟିଭିରେ କଏଦ ହେଲା ଲୁଟ୍ ଚିତ୍ର

ଢେଙ୍କାନାଳ : ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି। ଚୋରି ମନ୍ଦିର ଭିତରୁ ଚୋରି କରିନେଇଥିବା ବେଳେ ସିସିଟିଭି କ୍ୟାମେରାରେ ଧରାପଡ଼ିଛି। ଘଟଣା ଘଟିଛି ଢେଙ୍କାନାଳ ପରଜଙ୍ଗ ସାଆନ୍ଦା ଅଞ୍ଚଳରେ। ସେଠାରେ ଥିବା କିଛି ମନ୍ଦିରରୁ ଲଗାତର ଭାବେ ଲୁଟେରା ଲୁଟି ନେଇଛନ୍ତି ଠାକୁରଙ୍କ ମୂର୍ତ୍ତି ସହ ପୂଜା ସାମଗ୍ରୀ। ଆଉ ସବୁଠୁ ବଡ଼ କଥା ହେଲା ଲୁଟେରା ଲୁଟିବା ସମୟରେ ସିସିଟିଭରେ କଏଦ ହୋଇଛି ଚିତ୍ର।

BjdElectrycity

ଲୁଟେରା ଗ୍ୟାଙ୍ଗ ଏକ ସ୍କୁଟିରେ ଆସି ମୂର୍ତ୍ତି ଚୋରି କରି ନେଇଛନ୍ତି। ରଘୁନାଥ ଜିଉ ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ରୁ ନେଇ ଶିବପର୍ବତୀଙ୍କ ମୂର୍ତ୍ତି ଚୋରି କରିନେଇଛନ୍ତି। ସେହିଭଳି ମନ୍ଦିରରୁ କିଛି ଇଲେକ୍ଟ୍ରୋନିକ୍ ସମାଗ୍ରୀ ଚୋରି କରିନେଇଥିବା ଜଣାପଡ଼ିଛି।

କିଛି ଦିନ ଧରି ସେହି ଅଞ୍ଚଳ ଗୁଡିକରେ ଏହିଭଳି ଲୁଟପାଟ ଚାଲିଥିବା ବେଳେ ଏକ ବଡ଼ ଲୁଟେରା ଗ୍ୟାଙ୍ଗ ମାତିଥିବା ଜଣାପଡ଼ିଛି । ଏନେଇ ଏବେଠାରୁ ସତର୍କ ରହିବା ସହିତ ଲୁଟେରାଙ୍କ କବଳରୁୂ ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.