Latest Odisha News

BREAKING NEWS

ଏସୀୟ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ଦ୍ୱିତୀୟ: ତରୁଣଙ୍କୁ ସ୍ୱର୍ଣ୍ଣ, ବିଚିତ୍ରଙ୍କୁ ରୌପ୍ୟ

ଭୁବନେଶ୍ୱର: ମାଳଦ୍ଵୀପ ଠାରେ ଅନୁଷ୍ଠିତ ଜାତୀୟ ଏସୀୟ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ପକ୍ଷରୁ ତରୁଣ କୁମାର ଚାଟର୍ଜୀ ସ୍ୱର୍ଣ୍ଣ ଏବଂ କମିଶନରେଟ ପୋଲିସର କନଷ୍ଟେବଲ ବିଚିତ୍ର ନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଛନ୍ତି । ଶାନ୍ତ ସ୍ଵଭାବର ବିଚିତ୍ର ଛୋଟ ବେଳୁ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା ପ୍ରତି ମନ ବଳାଇଥିଲେ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାମ କାମାଇବାର ଲକ୍ଷ ରଖି ସେ ନିୟମିତ ଭାବେ ଆଖଡ଼ା ଶାଳକୁ ଯାଉଥିଲେ ।ଆଖଡ଼ା ଶାଳରେ ନିୟମିତ କଠିନ ପରିଶ୍ରମ ସହିତ ରୁଟିନ ଖାଦ୍ୟପେୟ ଗ୍ରହଣ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇବାରେ ସହାୟକ ହୋଇଛି ବୋଲି ବିଚିତ୍ର କହିଛନ୍ତି ।

ବର୍ତ୍ତମାନ କମିଶନରେଟପୁଲିସ ବିଭାଗରେ ସେ ଜଣେ କନଷ୍ଟେବଲ ଭାବେ କାର୍ଯ୍ୟରତ । ଏହି କୃତ୍ୟତ୍ଵ ଯୋଗୁଁ ପୋଲିସ ବିଭାଗ ପାଇଁ ସମ୍ମାନ ଓ ପ୍ରଶଂସା ସାଉଁଟିୁଛନ୍ତି ।  ଓଡିଶା ବଡି ବିଲ୍ଡିଂ ଆସୋସିଏଶନର ମୁଖ୍ୟ ଉପଦେଷ୍ଟା ମାନସ ରଂଜନ ମହାପାତ୍ର, ପ୍ରସନ୍ନ କୁମାର ମହାସୁଆର, ସୁମିତ୍ରା ତ୍ରିପାଠୀ ତରୁଣ ଏବଂ ବିଚିତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି

Leave A Reply

Your email address will not be published.