Latest Odisha News

ମାତିଛନ୍ତି ଲୁଟେରା, ଏଟିଏମ୍ ତାଡି ଅଟୋରେ ନେଇଗଲେ

ଯାଜପୁର: ଯାଜପୁର ଜିଲ୍ଲାର ଏକ କିଓସ୍କରୁ କିଛି ଦୁର୍ବୃତ୍ତ HDFC ବ୍ୟାଙ୍କର ଏକ ଏଟିଏମକୁ ତାଡି ନେଇଯାଇଛନ୍ତି।

ନୂଆବର୍ଷ ସେଲିବ୍ରେସନରେ ସଭିଏଁ ମାତିଥିବା ବେଳେ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଭିଆଇ ଥିଲେ। ଜାନୁଆରୀ ୧ ବିଳମ୍ବିତ ରାତିରେ ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଣ୍ଡା ଛକ ନିକଟରେ ଏହି ଅପରାଧ ଘଟିଥିଲା।

ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଏଟିଏମ୍ ତାଡିବା ପରେ ନିକଟରୁ ଏକ ମାଲବାହୀ ଅଟୋ ଆଣି ସେଥିରେ ମେସିନକୁ ନେଇଯାଇଥିଲେ। ଆଉ ସକାଳେ କିଓସ୍କରେ ଲୋକମାନେ ପହଞ୍ଚିବା ପରେ ଚୋରି ହୋଇଥିବା ନେଇ ଜଣାପଡ଼ିଥିଲା।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରେ କିଛି ଦୂରରୁ ଉକ୍ତ ଗାଡ଼ି ଓ ଏଟିଏମ୍ ମେସିନ୍ ର ଭାଙ୍ଗିଯାଇଥିବା ଅଂଶ ଉଦ୍ଧାର କରାଯାଇଥିଲା। ଫରେନସିକ୍ ଟିମ୍ ପ୍ରମାଣ ସଂଗ୍ରହ କରୁଥିବା ବେଳେ ଅପରାଧୀମାନଙ୍କୁ ଚିହ୍ନଟ ସହ ଧରିବା ପାଇଁ ଆଖପାଖ ଅଞ୍ଚଳରୁ ସିସିଟିଭି ରେକର୍ଡିଂ ଯାଞ୍ଚ କରାଯାଉଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

 

Comments are closed.