ଭୁବନେଶ୍ବର: ଆମେ ବନ୍ଧୁବାନ୍ଧବ ,ସାଙ୍ଗ ସାଥୀଙ୍କୁ ଉପହାର ଦେଇଥାଉ । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଉପହାର ଦିଆଯାଏ ଉଭୟ ଦେଉଥିବା ଓ ଗ୍ରହଣ କରୁଥିବା ଲୋକଙ୍କର ମଙ୍ଗଳ ହୋଇଥାଏ ଓ ଶୁଭଦାୟକ ।
-୭ଟି ଘୋଡ଼ା ଦୌଡୁଥିବାର ଫଟୋକୁ ଗିଫ୍ଟରେ ଦେବା କିମ୍ବା ପାଇବା ଶୁଭଦାୟକ ।
-ରୂପାରେ ତିଆରି ଜିନିଷକୁ ଉପହାର ଦେବା କିମ୍ବା ପାଇବା ଅତ୍ୟନ୍ତ ଶୁଭ ଅଟେ। ବିଶ୍ବାସ କରାଯାଏ ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଆଉ ଘରେ ଅଭାବ ରହିନ ଥାଏ ।
-ମାଟିରେ ତିଆରି ମୂର୍ତ୍ତି ଅବା କିଛି ଗିଫ୍ଟ ଆଇଟମ୍କୁ ଉପହାର ଦେବା ଶୁଭ। ଏହାଦ୍ୱାରା ବହୁତ ଦିନ ଅଟକି ରହିଥିବା କାମ ହୋଇଥାଏ ଏଥିସହ ଆୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
– ଶ୍ରୀ ଯନ୍ତ୍ରକୁ ପବିତ୍ର ମନରେ କାହାକୁ ଉପହାର ଦେବା ଅଥବା ଗ୍ରହଣ କରିବା ବି ଶୁଭ ହୋଇଥାଏ।
-ଯୋଡ଼ା ହାତୀର ମୂର୍ତ୍ତିକୁ ଗିଫ୍ଟରେ ଦେଲେ କିମ୍ବା ପାଇଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ରୂପା, ପିତ୍ତଳ କିମ୍ବା କାଠରେ ତିଆରି ହାତୀ ମୂର୍ତ୍ତି ଦେବେ କିନ୍ତୁ କାଚର ମୂର୍ତ୍ତି ଦେବେ ନାହିଁ।