Latest Odisha News

BREAKING NEWS

ପୂର୍ବତନ ଯୁବ କଂଗ୍ରେସ ସଭାପତି ସ୍ବର୍ଗତଃ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର: ଆଜି ପୂର୍ବତନ ପ୍ରଦେଶ କଂଗ୍ରେସ ଯୁବ କଂଗ୍ରେସ ସଭାପତି ସ୍ବର୍ଗତଃ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଭୁବନେଶ୍ୱର ସତ୍ୟନଗର ସ୍ଥିତ ଆର୍ ଆର୍ କନଭେନସନ ଠାରେ ସ୍ମୃତିସଂସଦ ପକ୍ଷରୁ ସଂସଦର ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସଭାପତିତ୍ୱରେ ପାଳିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ‘ସଂଗ୍ରାମ ଥିଲେ ଜଣେ ସୁଯୋଗ୍ୟ ଏବଂ ଆଦୃତ ଯୁବନେତା । ଯୁବକ ଓ ଛାତ୍ରମାନଙ୍କୁ ଏକାଠି ବାନ୍ଧି ରଖିବାର କୌଶଳ ତାଙ୍କୁ ଜଣାଥିଲା । ଅନ୍ୟ ପକ୍ଷରେ ସେ ଥିଲେ ଆଚରଣ ଓ ଉଚାରଣ ସିଦ୍ଧ । କର୍ତ୍ତବ୍ୟପରାୟଣ, ସାଧୁତା, ବିଚାର ଓ ବିବେକ, ନିଷ୍କପଟତା ଏବଂ ନିରପେକ୍ଷତା ଦୃଷ୍ଟିରୁ ସେଥିଲେ ଜଣେ ଆଦର୍ଶ ବ୍ୟକ୍ତି । ତାଙ୍କର ଅନୁପସ୍ଥିତିକୁ କଂଗ୍ରେସ ଦଳ ଅନୁଭବ କରୁଛି’ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଥିଲେ ସଂଗ୍ରାମ ଜେନା ଥିଲେ ଜଣେ ଫାୟାର ବ୍ରାଣ୍ଡ ଯୁବ ନେତା । ସେ ଥିଲେ ସାହସୀ ଏବଂ ଦୁଃସାହସୀ ମଧ୍ୟ ।

ସେହିପରି, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ, ସଂଗ୍ରାମ ଥିଲେ ଜଣେ ଯୁଝାଡ଼ୁ ଯୁବ ନେତା । ତାଙ୍କର ବିୟୋଗରେ ଏକ ସମ୍ଭାବନାପୂର୍ଣ୍ଣ ଭବିଷ୍ୟତର ମୃତ୍ୟୁ ହେଲା । ପ୍ରଚଣ୍ଡ ପ୍ରତିଭାର ଅପମୃତ୍ୟୁ ହେଲା । ସେଥିଲେ ଯୁବକ ଓ ଛାତ୍ରମାନଙ୍କର ଆଇକନ । ଏ ରାଜ୍ୟ ଏବଂ କଂଗ୍ରେସ ଦଳ ତାଙ୍କର ରାଜନୈତିକ ଗୁରୁତ୍ୱ ଅନୁଭବ କରିଥିଲା । କଂଗ୍ରେସ ଦଳରେ ଦୀଘ ୨୦ ବର୍ଷ ଧରି ସେ ନିଶ୍ୱାର୍ଥପର ଭାବରେ ନିରନ୍ତର ସେବା କରି ଆସୁଥିଲେ ।

ଏହା ସହ ପୂର୍ବତନ ବିରୋଧିଦଳ ନେତା ନରସିଂହ ମିଶ୍ର, ହାଇକୋର୍ଟ ବାରଆସୋସିଏସନ ସଭାପତି ବିଜୟ ଦାସ, ସଂଗ୍ରାମଙ୍କର ପିତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ମହମ୍ମଦ ମୋକିମ, ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Comments are closed.