Latest Odisha News

BREAKING NEWS

ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲା; ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଏସପିଙ୍କ ବଡ଼ ଖୁଲାସା

ଯାଜପୁର:ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । କୌଣସି ପ୍ରକାର ଥାର୍ଡ ଡିଗ୍ରୀ ହୋଇ ନଥିବା ସ୍ପଷ୍ଟ କଲେ ଯାଜପୁର ଏସ୍‌ପି । ବାଲିଚନ୍ଦ୍ରପୁର ଥାନାରେ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସ୍ପଷ୍ଟ କରିଛନ୍ତି ଏସ୍‌ପି ।

ସୂଚନାଥାଉକି,ବାଲିଚନ୍ଦ୍ରପୁର ଥାନା ଅଧୀନ ମହିପୁର ଗ୍ରାମର ରବିନ୍ଦ୍ର ମଲ୍ଲିକ ଜମି ବିବାଦକୁ ନେଇ ବାଲିଚନ୍ଦ୍ରପୁର ଥାନାକୁ ଆସି ଥିଲେ। ତେବେ ରବିନ୍ଦ୍ରଙ୍କୁ ଥାନାରେ ମାଡ ମରା ଯାଇ ଥିବା ବେଳେ ସେ ବିଷ ପିଇ ଥିବା ରବିନ୍ଦ୍ର ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ବାଲିଚନ୍ଦ୍ରପୁର ଥାନାର ୩ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ଏସ୍‌ପି ।

ଆଜି ଯାଜପୁର ଏସପି ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ତଦନ୍ତ କରି ଘଟଣାର ସଂପୂର୍ଣ୍ଣ ଖୁଲାସା କରିଛନ୍ତି। IIC ସଂପୂର୍ଣ୍ଣ ନିର୍ଦ୍ଦୋଷ କହିଲେ ଯାଜପୁର ଏସ୍‌ପି । ପୋଲିସ ରବିନ୍ଦ୍ରଙ୍କ ଉପରେ କୌଣସି ଥାର୍ଡ ଡିଗ୍ରୀ କରି ନାହିଁ। ରବିନ୍ଦ୍ରଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।

 

Comments are closed.