Latest Odisha News

BREAKING NEWS

ଖୋର୍ଦ୍ଧା ରୋଡ଼-ବାରଙ୍ଗ ତୃତୀୟ ରେଳ ଲାଇନ୍ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ହେବ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ ଏବଂ ବାରଙ୍ଗ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି। ମଞ୍ଚେଶ୍ୱର ଏବଂ ବାଣୀବିହାର ରେଳ ଷ୍ଟେସନ ମଧ୍ୟରେ ଥିବା ପୁରୁଣା ରୋଡ୍ ଓଭର ବ୍ରିଜ୍ (ଆରଓବି) ଭଙ୍ଗାଯିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।

ପୁରୁଣା ଆରଓବିକୁ ଭାଙ୍ଗିବା ପାଇଁ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପରିଚାଳନା ପାଇଁ ଆଉ ଏକ ଆରଓବି ନିର୍ମାଣ କରାଯାଇଛି। ରୋଡ୍ ଟ୍ରାଫିକ୍ କୁ ନୂଆ ଓଭର ବ୍ରିଜ ଦେଇ ରାସ୍ତା ପରିବର୍ତନ କରାଯାଇଛି। ରେଳବାଇ ମଧ୍ୟ ଏହି କାର୍ଯ୍ୟକୁ ୩ ମାସ ପୂର୍ବରୁ ଭାଙ୍ଗିବାକୁ ଯୋଜନା କରିଥିଲା କିନ୍ତୁ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି କାମକୁ ସାମାନ୍ୟ ବିଳମ୍ବ କରାଯାଇଥିଲା।

ସର୍ବନିମ୍ନ ସମୟ ମଧ୍ୟରେ ବହୁ ବିଳମ୍ବିତ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ରେଳବାଇ ଯୋଜନା କରିଛି। ଏହି ସ୍ଥାନରେ ଗଢି ଉଠିଥିବା ବସ୍ତି ହଟାଇବା, ନୂଆ ରୋଡ୍ ଓଭର ବ୍ରିଜ୍ ନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଏହି କାର୍ଯ୍ୟକୁ ପୂର୍ବରୁ ବିଳମ୍ବ କରିଥିଲା। ତୃତୀୟ ଲାଇନ କାର୍ଯ୍ୟ ସମାପ୍ତ ହେବା ପରେ ବ୍ୟସ୍ତବହୁଳ ବାରଙ୍ଗ-ଖୋର୍ଦ୍ଧା ରୋଡ ରେଳ ସେକ୍ସନରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇ ପାରିବ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

Comments are closed.