Latest Odisha News

ଦଖଲକାରୀଙ୍କ କବଜାରେ ରାଜଧାନୀର ୩୦ ଏକର ଜମି

ଭୁବନେଶ୍ବର: ମାଡ଼ିବସିଛନ୍ତି ରାଜଧାନୀର ୩୦ ଏକର ମୂଲ୍ୟବାନ ଜମି । ରାଜଧାନୀରେ ଜବରଦଖଲ ପ୍ରସଙ୍ଗ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଏନେଇ ମନ୍ତ୍ରୀ କହିଛନ୍ତି, ଜବରଦଖଲକାରୀମାନେ ଭୁବନେଶ୍ବରରେ ୩୦ ଏକର ଜମି ମାଡିବସିଛନ୍ତି । ସେଥିରୁ ସାମପୁର ମୌଜାରେ ସର୍ବାଧିକ ୨୭ ଏକର ଜମି ଜବରଦଖଲ ହୋଇଛି । ସେହିପରି ଗାଡ଼କଣରେ ୨ ଏକର ଓ ଚନ୍ଦ୍ରଶେଖରପୁରରେ ଦେଢ଼ ଏକର  ଜମି ଜବରଦଖଲ ହୋଇଛି । ଏଥିରେ ୧୬ଟି ଜବରଦଖଲ ମାମଲା ରୁଜୁ ହୋଇଥିବା ବେଳେ ଏବେ ବି ମାମଲା ହାଇକୋର୍ଟରେ ବିଚାରାଧୀନ ଅବସ୍ଥାରେ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.