Latest Odisha News

BREAKING NEWS

୧ ଲିଟର ପେଟ୍ରୋଲ ମୂଲ୍ୟରେ ମିଳୁଥିଲା ୧୦ଗ୍ରାମ ସୁନା, ବିଲ୍ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଏବେ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଏତେମାତ୍ରାରେ ବୃଦ୍ଧି ପାଉଛି ଯେ  ମଧ୍ୟବିତ୍ତ ପରିବାର ପାଇଁ ବି ଘର ଚଳାଇବା କଷ୍ଟକର ହୋଇପଡୁଛି । ଯେଉଁଠି ଡାଲି, ତେଲର ଦର ଆକାଶଛୁଆଁ ହେଉଛି ସେଠି ସୁନା ଦର ବୃଦ୍ଧିକୁ ବା କିଏ ପଚାରେ ! ହେଲେ ଅତୀତକୁ ଚାହିଁଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ । କ’ଣ ଥିଲା ସେଦିନର ଦର ଆଉ କେମିତି ଅଛି ଆଜି ! ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ପୁରୁଣା ବିଲ ୟୁଜର୍ସଙ୍କର ନିଦ ହଜାଇ ଦେଇଛି ।

ଏହା ପୂର୍ବରୁ ଏକ ବୁଲେଟର ପୁରୁଣା ବିଲ ଭାଇରାଲ ହୋଇଥିଲା । ଏହା ପରେ ଏକ ସାଇକେଲର ବିଲ ଭାଇରାଲ ହୋଇଥିଲା । ଏହାର କିଛି ଦିନ ପରେ ଗହମର ପୁରୁଣା ବିଲ ବି ଭାଇରାଲ ହୋଇଥିଲା । ଏବେ ସୁନାର ବିଲ । ଏ ବିଲ ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ ।

ଭାଇରାଲ ହେଉଥିବା ପୁରୁଣା ରସିଦଟି ମାର୍ଚ୍ଚ ୩ ,୧୯୫୯ମସିହାର । ଅର୍ଥାତ୍ ଏହି ବିଲ୍ ପ୍ରାୟ ୬୪ ବର୍ଷ ପୁରୁଣା । ସେହି ସମୟର ସୁନାର ମୂଲ୍ୟ ଜାଣିଲେ ଆପଣ  ଆଶ୍ଚର୍ଯ୍ୟ ହୋଇଯିବେ ।  ସେ ସମୟରେ ଗୋଟେ ଭରି ସୁନାର ଦାମ ଏବେକାର ୧ଲିଟର ପେଟ୍ରୋଲ ସହିତ ସମାନ । ସେତେବେଳେ ଭରିଏ ସୁନାର ମୂଲ୍ୟ ଥିଲା ମାତ୍ର ୧୧୩ ଟଙ୍କା । ହେଲେ ଆଜି ଗୋଟେ ଭରି ସୁନାର ମୂଲ୍ୟ ୫୨ ହଜାର ଅତିକ୍ରମ କରିଛି ।  ଏହି ବିଲ୍ ମହାରାଷ୍ଟ୍ରର ଭମାନ ନିମ୍ବାଜୀ ଆଷ୍ଟେକର ନାମକ ଏକ ଦୋକାନର ଅଟେ।  ବିଲରେ କ୍ରେତାଙ୍କ ନାମ ହେଉଛି ଶିବଲିଙ୍ଗ ଆତ୍ମାରାମ।  ଏହି ବିଲରେ ଦର୍ଶାଯାଇଛି ଯେ ଅଟାରାମ ସୁନା ଓ ରୂପା ଅଳଙ୍କାର କିଣିଛନ୍ତି, ଯାହାର ମୋଟ ମୂଲ୍ୟ 909 ଟଙ୍କା ଲେଖାଯାଇଛି।

ବର୍ତ୍ତମାନ ଏହି ବିଲ୍ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ବିଲ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଧିକାଂଶ ୟୁଜର୍ସ ମତ ଦେଇଛନ୍ତି, ‘ ସତରେ, କେତେ ଭଲ ଥିଲା ସେହି ଦିନଗୁଡ଼ିକ !’  କେହି କେହି କହିଛନ୍ତି, ସେତେବେଳର ୧୧୩ ଟଙ୍କା   ଆଜି ୫୦,୦୦୦ ଟଙ୍କା ସହିତ ସମାନ।  ଲୋକମାନେ ଏହି ପୁରୁଣା ବିଲ୍ ଉପରେ ବହୁତ ମନ୍ତବ୍ୟ ଦେଉଛନ୍ତି ।

Leave A Reply

Your email address will not be published.