Latest Odisha News

CRPF ଯବାନଙ୍କ ପାଇଁ ସୋସିଆଲ୍ ମିଡିଆ ଗାଇଡ୍‌ଲାଇନ୍‌: ବିବାଦୀୟ ପ୍ରସଙ୍ଗ କିମ୍ବା ରାଜନୈତିକ ଟିପ୍ପଣୀ କରିବା ମନା

 

ନୂଆଦିଲ୍ଲୀ: ସେନା, ପୁଲିସ ଭଳି ଦେଶର ସୁରକ୍ଷା ସହ ଜଡ଼ିତ ଗୁରୁ ଦାୟିତ୍ୱରେ ଥିବା କ୍ରମଚାରୀଙ୍କ ସୋସିଆ ମିଡିଆ ପୋଷ୍ଟକୁ ନେଇ ଆଜିକାଲି ଅନେକ ଚର୍ଚ୍ଚା ସମାଲୋଚନା ହେଉଛି। ତେଣୁ ଏଥରେ ଅଂକୁଶ ଲଗାଇବା ପାଇଁ ସେନା କର୍ମଚାରୀଙ୍କ ପାଇଁ ସୋସିଆଲ୍ ମିଡିଆ ଗାଇଡ୍‌ଲାଇନ ଜାରି ହୋଇଛି। ଅର୍ଦ୍ଧସାମରିକ ବଳ କେନ୍ଦ୍ରୀୟ କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆରପିଏଫ୍) କର୍ମଚାରୀଙ୍କ ପାଇଁ ନୂଆ ସୋସିଆଲ ମିଡିଆ ମାର୍ଗଦର୍ଶିକା ଜାରି କରାଯାଇଛି।

ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ, ସିଆରପିଏଫ କର୍ମଚାରୀଙ୍କୁ କୌଣସି ପ୍ରକାରର ବିବାଦୀୟ ମନ୍ତବ୍ୟ କିମ୍ବା ରାଜନୈତିକ ପ୍ରସଙ୍ଗରେ ଟିପ୍ପଣୀ କରିବାକୁ ମନା କରାଯାଇଛି। ଗତ ସପ୍ତାହରେ ମଧ୍ୟ ସିଆରପିଏଫ୍ ଦୁଇ ପୃଷ୍ଠା ସମ୍ଭଳିତ ଏକ ନିର୍ଦ୍ଦେଶନାମା ଜାରି କରିଥିଲା। କର୍ମଚାରୀମାନେ ନିଜ ବ୍ୟକ୍ତିଗତ ଅଭିଯୋଗର ସମାଧାନ ପାଇଁ ସୋସିଆଲ ମିଡିଆର ସାହାରା ନେଉଛନ୍ତି। ଯାହା ଫଳରେ ସେଣ୍ଟ୍ରାଲ ସିଭିଲ୍‌ ସର୍ଭିସ୍‌ (ସିସିଏସ) ଆଚରଣ ନିୟମ ୧୯୬୪ର ଉଲ୍ଲଂଘନ ହେଉଛି। ଏମିତି ହେଲେ ଯବାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ବିଭାଗ ସତର୍କ କରାଇଥିଲା। ଏବେ ଏସବୁ ରୋକିବାକୁ ସିଆରପିଏଫ୍ କର୍ମୀଙ୍କ ପାଇଁ ନୂଆ ସୋସିଆଲ୍ ମିଡିଆ ଗାଇଡ୍‌ଲାଇନ୍ ଜାରି ହୋଇଛି।

ଗାଇଡ୍‌ଲାଇନ୍‌ ପ୍ରସଙ୍ଗରେ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ସାଇବର ଧମକ ଏବଂ ଉତ୍ପୀଡ଼ନ ବିଷୟରେ ଯବାନଙ୍କୁ ଅବଗତ କରାଇବା ଓ ପ୍ରସଙ୍ଗ ଉପରେ କର୍ମୀଙ୍କୁ ସମ୍ବେଦନଶୀଳ କରାଇବା ନେଇ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଯବାନମାନେ କଣ କରିବେ  କଣ ନ କରିବେ ସେ ସବୁ ଏଥିରେ ବୁଝାଯାଇଛି।

ଯବାନମାନେ କାମ କରୁଥିବା କୌଣସି ସମ୍ବେଦନଶୀଳ ମନ୍ତ୍ରାଳୟ କିମ୍ବା ସଂଗଠନର ଯୋଜନା ଓ  କାମ  ପୋଷ୍ଟିଂ କରି ଖୁଲାସା କରିପାରିବେ ନାହିଁ। ସରକାରୀ ନୀତି ବିରୋଧି ଟିପ୍ପଣୀ ନ କରିବା ସହ ନିଜର ପ୍ରତିଷ୍ଠାକୁ ହାନି ପହଞ୍ଚାଉଥିବା ଭଳି ସୋସିଆଲ ମିଡିଆରେ କୌଣସି ବି ପୋଷ୍ଟ କରିବାକୁ କର୍ମଚାରୀଙ୍କୁ ବାରଣ କରାଯାଇଛି।

ସାର୍ବଜନିକ ମଞ୍ଚରେ ରାଜନୀତିକ କିମ୍ବା ଧାର୍ମିକ ବୟାନ ନଦେବାକୁ କର୍ମଚାରୀଙ୍କୁ କୁହାଯାଇଛି। କର୍ମଚାରୀଙ୍କୁ ଅସୁବିଧାରେ ପକାଇଳା ଭଳି କୌଣସି ବିବାଦୀୟ, ସମ୍ବେଦନଶୀଳ କିମ୍ବା ରାଜନୀତିକ ମାମଲାରେ ଟିପ୍ପଣୀ ନ କରିବାକୁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

ସେହିଭଳି କ୍ରୋଧରେ କିମ୍ବା ନିଶାସକ୍ତ ଅବସ୍ଥାରେ କୌଣସି ପୋଷ୍ଟ କରନ୍ତୁ ନାହିଁ। କୌଣସି ପ୍ରକାରର ସମସ୍ୟା, ପଦୋନ୍ନତି, ସ୍ଥାନୀୟ ଆଦେଶ ଆଦି ବିଷୟରେ ପୋଷ୍ଟ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଶତ୍ରୁ ପକ୍ଷର ଗୁଇନ୍ଦା ଆମ ବିଷୟରେ ତଥ୍ୟ ସଂଗ୍ରହ କରିପାରେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

ତେବେ ଯଦି ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି ଏହା ନିଜର ବ୍ୟକ୍ତିଗତ ମତ ବୋଲି କହି ପୋଷ୍ଟ କରନ୍ତୁ। କୌଣସି ପ୍ଲାଟ୍‌ଫର୍ମରେ କିଛି ବି ପୋଷ୍ଟ କରୁଥିଲେ ଏଥିପାଇଁ ସଂସ୍ଥା କମ୍ବା ସରକାର ଦାୟୀ ରହିବେ ନାହିଁ ନିଜେ ଦାୟୀ ରହିବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

Leave A Reply

Your email address will not be published.