Latest Odisha News

BREAKING NEWS

୪୫ ବର୍ଷରେ କିଶୋରଙ୍କ ପରି ଚମକୁଛନ୍ତି; ଫିଟନେସ ପାଇଁ ଖର୍ଚ୍ଚ କରୁଛନ୍ତି ବାର୍ଷିକ ୧୬ କୋଟି

ନୂଆଦିଲ୍ଲୀ:  ଘାରିଛି ଫିଟ୍‌ନେସ୍‌ର ନିଶା  । ବୟସ୍କ ହେବାକୁ ଚାହୁନାହାଁନ୍ତି କିଛି ଲୋକ  । ସେଥିପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା  ।  ସାଧାରଣତଃ ବୟସ ହୋଇଗଲେ ଆମ ଶରୀର ଅସୁସ୍ଥ ହେବା ସହ ଚର୍ମ ଲୋଚାକୋଚା ହୋଇଯାଏ  । କିନ୍ତୁ ଏହି ବାସ୍ତବତାକୁ ମାନିବାକୁ କିଛି ଲୋକ ରାଜି ନାହାଁନ୍ତି । ଏଥିପାଇଁ ଯୁବା ଦିଶିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି  । ସାଧାରଣତଃ ସୁସ୍ଥ ରହିବା ପାଇଁ କିଛି ଲୋକ ନିୟମିତ ବ୍ୟାୟାମ କରିଥାଆନ୍ତି  । କିନ୍ତୁ କିଛି ଲୋକ ସହଜ ଉପାୟ ଭାବି କସ୍‌ମେଟିକ୍‌ ସର୍ଜରୀର ସହାୟତା ନେଇଥାନ୍ତି। ନିକଟରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ୧୮ ବର୍ଷୀୟ କିଶୋରଙ୍କ ଭଳି ଦେଖାଯିବା ପାଇଁ ଅନେକ କିଛି କରିଛନ୍ତି ।ଯାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି  ।

ସୂଚନା ମୁତାବକ, ଜନ୍‌ସନ୍‌ ହେଉଛନ୍ତି ‌ଜଣେ ଅଲ୍‌ଟ୍ରାୱେଲ୍‌ଥ୍‌ ସଫ୍‌ଟୱେୟାର୍‌ ଉଦ୍ୟୋଗୀ। ଯାହାଙ୍କ ନିକଟରେ ୩୦ରୁ ଅଧିକ ଡାକ୍ତର ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ରହିଛନ୍ତି। ଦୁନିଆର ଅଗ୍ରଣୀ ବ୍ୟକ୍ତିତ୍ୱ ବ୍ରାୟନ ଜନ୍‌ସନ୍‌ ଯୁବା ଦିଶିବା ପାଇଁ ଏକ ଦାମୀ ଡାକ୍ତରି ଚିକିତ୍ସା ନେଉଛନ୍ତି । ଯାହାର ମୂଲ୍ୟ ବର୍ଷକୁ ୨୦ ଲକ୍ଷ ଡଲାର ବା ଭାରତୀୟ ମୁଦ୍ରାରେ ୧୬ କୋଟିରୁ ଅଧିକ ବୋଲି ଜଣାପଡ଼ିଛି  ।  ସେ ଦାବି କରିଛନ୍ତି ଯେ ତାଙ୍କ ଶରୀରରେ ଏକ ୧୮ ବର୍ଷୀୟ କିଶୋରଙ୍କ ଯକୃତ, ୩୭ ବର୍ଷୀୟ ଯୁବକଙ୍କ ମନ ଓ ୨୮ ବର୍ଷୀୟ ଯୁବକଙ୍କ ତ୍ବଚା ରହିଛି । ତେବେ ମେଡିସନ୍‌ ଡକ୍ଟର ଓଲିଭର ଜୈଲମେନ୍‌ଙ୍କ ନେତୃତ୍ବରେ ଏକ ଟିମ୍‌ ଜନ୍‌ସନ୍‌ଙ୍କୁ ଯୁବା ରଖିବା ପାଇଁ ସମ୍ଭବତଃ ଚେଷ୍ଟା ଜାରି ରଖିଛନ୍ତି ।

ତେବେ ଜୈଲ୍‌ମନ ଓ ଜନ୍‌ସନ୍‌ ଦୀର୍ଘଆୟୁକୁ ନେଇ ବୈଜ୍ଞାନିକ ଅଧ୍ୟୟନ କରୁଛନ୍ତି ଏବଂ ଯାହା ବି ଚିକିତ୍ସା ହୋଇପାରିବ ତାହା ଜନ୍‌ସନ୍‌ଙ୍କ ଉପରେ ପ୍ରୟୋଗ କରୁଛନ୍ତି। ଏହି ଚିକିତ୍ସାର ପରିଣାମ କ’ଣ ହେଉଛି ସେଥିପ୍ରତି ବିଶେଷ ଧ୍ୟାନ ରଖିଛନ୍ତି ।

 

Leave A Reply

Your email address will not be published.