Latest Odisha News

BREAKING NEWS

ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା

ଯାଜପୁର : ସରସ୍ବତୀ ପୂଜା ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା । ଯାଜପୁର ଦାନଗଦି ବ୍ଲକ ଶରତ ରାଉତ ଉଚ୍ଚ ବିଦ୍ୟାପୀଠରେ ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ଘଟଣାରେ ଏବେ ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା। ସରସ୍ୱତୀ ପୂଜା ଦିନ ସ୍କୁଲ ପରିସରରେ ହୋଇଥିବା ଭୋଜି ଖାଇ ୧୪୦ଜଣ ଛାତ୍ରଛାତ୍ରୀ ଏବଂ ଦୁଇ ଜଣ ଶିକ୍ଷକ ଜ୍ୱର, ଝାଡା ଏବଂ ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।

ଅସୁସ୍ଥ ପରେ ପ୍ରଥମେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଜଣେ ମଧ୍ୟ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିଲେ। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଶରୀର ସୁସ୍ଥ ହେବାରେ ଲାଗିଛି।

ଯାଜପୁର ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚିକିତ୍ସା ଜାରି ରହିଛି। ସେପଟେ ପ୍ରଦେଶ କଂଗ୍ରେସ ସମ୍ପାଦକ ସନ୍ତୋଷ ନନ୍ଦ ମଧ୍ୟ ମୁଖ୍ୟ ଚିକିତ୍ସାଳୟ ବୁଲି ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିଛନ୍ତି।

ତେବେ ପିଲା ଓ ଶିକ୍ଷକଙ୍କର  କାହିଁକି ହେଲା ଏଭଳି ଅବସ୍ଥା ? ଖାଦ୍ୟ  ବିଷାକ୍ତ ହେଲା କିପରି ?  ଭୋଗ ଖାଇ ଏଭଳି ହୋଇଛି ନା ଆଉ କିଛି?  ତାହାର ଉତ୍ତର ଖୋଜୁଛନ୍ତି ଅବିଭାବକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ।

Leave A Reply

Your email address will not be published.