Latest Odisha News

BREAKING NEWS

ପ୍ରାକୃତିକ ବୁଲେଟ ପ୍ରୁଫ ପିନ୍ଧିଥିବା ଜୀବ

ନୂଆଦିଲ୍ଲୀ: ଏହି ବିଶ୍ୱ ରହସ୍ୟମୟ । ସ୍ରଷ୍ଟା ନିଜସ୍ୱ ଶୈଳୀରେ ସମସ୍ତ ଜୀବଙ୍କୁ ଏକ ସ୍ୱତନ୍ତ୍ର ଜୀବନ ଓ ପରିଚୟ ଦେଇଛନ୍ତି । ଆମେମାନେ ଅସ୍ତ୍ରଶସ୍ତ୍ର ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧୁଛେ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏପରି ଏକ ଜୀବ ଅଛି ଯିଏକି ପ୍ରାକୃତିକ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧିଛି କହିଲେ ଭୁଲ ହେବନି । ଆର୍ମାଡିଲୋ ନାମକ ଏହି ଜୀବକୁ ତାର ଏହି କବଚ ଶତ୍ରୁ ଆକ୍ରମଣରୁ ରକ୍ଷା କରିଥାଏ । ଏହା ଏତେ ଶକ୍ତିଶାଳୀ ଯେ, ଗୁଳିର ପ୍ରଭାବ ମଧ୍ୟ ଏହି କବଚ ଉପରେ ପଡି ନ ଥାଏ । କିଛି ଦିନ ତଳେ ସୋସିଆଲ ମିଡିଆରେ ଜଣେ ଯୁବକ ଏକ ଜୀବର ଫଟୋ ଛାଡିଥିଲେ ଏବଂ ଏହା ଭାଇରାଲ ହୋଇଥିଲା । ପରେ ଏହା ଆର୍ମାଡିଲୋ ଜୀବ ବୋଲି ଚିହ୍ନଟ ହୋଇଥିଲା ।

ଶତ୍ରୁ ଆକ୍ରମଣର ଆଭାସ ପାଇଲେ ଏହି ଜୀବ ନିଜ ଶରୀରକୁ ଗୋଲାକାର ଆକାର କରି ଦେଇଥାଏ । ଏହାର ପ୍ରାକୃତିକ ଜ୍ୟାକେଟ ସମସ୍ତ ଆକ୍ରମଣରୁ ରକ୍ଷା କରିଥାଏ । ଏହା ମୂଖ୍ୟତଃ ଦକ୍ଷିଣ ଆମେରିକା ଓ ଏହାର ଆଖ ପାଖ ଅଂଚଳରେ ଦେଖିବାକୁ ମିଳିଥାଏ । ଏହି ଜୀବ ପାଣି ଭିତରେ ଦ୍ରୁତ ବେଗରେ ପଁହରି ପାରିଥାଏ । ଆବଶ୍ୟକ ପଡିଲେ ୪ରୁ ୬ ମିନିଟ ପର୍ଯ୍ୟନ୍ତ ବିନା ନିଶ୍ୱାସରେ ଏହା ନିଜକୁ ବଂଚାଇ ରଖିଥାଏ । ସୂର୍ଯ୍ୟକିରଣ ଏହାର ଖୋଳପା ଉପରେ ପଡିଲେ ଏହା ଚକ ଚକ ଦେଖାଯାଇଥାଏ ।

Comments are closed.