Latest Odisha News

ବଡ଼ପଣିଆ ପାଇଁ ମନେ ରହିବେ ଏହି ଅଟୋ ଡ୍ରାଇଭର ଜଣଙ୍କ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଜଣେ ଅଟୋ ରିକ୍ସା ଚାଳକ ନିଜ ଗାଡ଼ିରେ ଭୁଲି ଯାଇଥିବା ଜଣେ ମହିଳାଙ୍କୁ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସମେତ ମୂଲ୍ୟବାନ ବ୍ୟାଗ୍ ଫେରାଇ ଦେବା ପରେ ନିଜ ସଚ୍ଚୋଟତା ଓ ବଡ ପଣିଆ ପାଇଁ ପ୍ରଶଂସା ସାଉଁଟିଛନ୍ତି।

ଡ୍ରାଇଭର ଇନାୟତ ଖାଁ ଙ୍କ କହିବା ଅନୁଯାୟୀ, ଗୁରୁବାର ଶୁଭସ୍ମିତା ଲେଙ୍କାଙ୍କୁ ଜାମୁଝାଡ଼ିସ୍ଥିତ ତାଙ୍କ ଗନ୍ତବ୍ୟସ୍ଥଳରେ ଛାଡ଼ିଦେବା ପରେ ସେ ବ୍ୟାଗଟିକୁ ପାଇଥିଲେ। ସେ ଜାମୁଝାଡ଼ି ଓ ତାଳନଗର ଯାଇ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ଏହାପରେ ସେ ବ୍ୟାଗଟିକୁ ଭଦ୍ରକ ଥାନାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ।

ପରେ ନିଜ ଭୁଲ ବୁଝିଥିବା ଶୁଭସ୍ମିତା ଲେଙ୍କା ସୋସିଆଲ ମିଡିଆ ଜରିଆରେ ଖାନଙ୍କ ଏଭଳି କାର୍ଯ୍ୟ ବିଷୟରେ ଜାଣିବାକୁ ପାଇଥିଲେ। ଯେଉଁଠାରେ ଏହି ଖବର ଭାଇରାଲ ହୋଇଥିଲା । ସେ ଥାନାରେ ପହଞ୍ଚି ନିଜ ବ୍ୟାଗ୍ ଦାବି କରିଥିଲେ। ସେ ଖାନଙ୍କୁ ତାଙ୍କ ସଚ୍ଚୋଟତା ଏବଂ ବଡ ପଣିଆ ପାଇଁ ଧନ୍ୟବାଦ ଜଣାଇଥିଲେ । ଏବେ ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ, ଯାହାକୁ ଅଟୋ ଚାଳକ ଜଣଙ୍କ ନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ।

ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ଖାଁଙ୍କ ଉଦାହରଣୀୟ ଆଚରଣକୁ ପ୍ରଶଂସା କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଖାନ୍ ପ୍ରକୃତ ମାଲିକଙ୍କୁ ମୂଲ୍ୟବାନ ଜିନିଷ ଫେରାଇ ନୈତିକତା ଏବଂ ବଡ ପଣିଆର ଏକ ଉଚ୍ଚ ମାନଦଣ୍ଡ ସ୍ଥାପିତ କରିଛନ୍ତି। ଇମ୍ରାନଙ୍କ ଉଦାହରଣକୁ ଅନୁସରଣ କରିବା ଏବଂ ସଚ୍ଚୋଟ ଏବଂ ଦାୟିତ୍ୱବାନ ନାଗରିକ ହେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Comments are closed.