ରାଜସ୍ଥାନ: ଆମେ ଆମ ଜୀବନରେ ବିଭିନ୍ନ ପ୍ରକାରର ରୁଟି ଦେଖିଥାଉ । କେଉଁଠାରେ ରୁଟି ଟିକେ ମୋଟା ଥାଏ ତ ଆଉ କେଉଁଠାରେ ପତଲା । କେଉଁଠି ରୁଟିର ସାଇଜ୍ ଟିକିଏ ଛୋଟ ଥାଏ ତ ଆଉ କେଉଁଠି ବଡ ଆକାରର ରହିଥାଏ । କିନ୍ତୁ ଆଜି ଆମେ ରାଜସ୍ଥାନରର ବିକାନେରରେ ବନାଯାଉଥିବା ସବୁଠାରୁ ବଡ ରୁଟି ବିଷୟରେ କହିବାକୁ ଯାଉଛୁ । ଏହି ରୁଟିର ଆକାର ୧୧ ଫୁଟ ରହିଥାଏ । ଲୋକମାନେ ଏହି ରୁଟି ଖାଇବା ପାଇଁ ବିଭିନ୍ନ ସହରରୁ ବିକାନେର –ଯୋଧପୁର ବାଇପାସ୍ ରେ ଥିବା ଭିର୍ ତେଜାଜୀ ହୋଟେଲକୁ ଆସନ୍ତି । ପୂର୍ବରୁ, ଏହି ରୋଟି କେବଳ ଗୋଟିଏ ସ୍ଥାନରେ ବିକ୍ରି ହେଉଥିଲା କିନ୍ତୁ ଆଜି ଏହା ବର୍ତ୍ତମାନ ରାଜପଥରେ ଥିବା ଅନ୍ୟ ଢାବାରେ ମଧ୍ୟ ରେ ମଧ୍ୟ ଉପଲବ୍ଧ ରହିଛି ।
ହୋଟେଲ ମାଲିକ ମହାବୀର ସିଂଙ୍କ କହିବା ଅନୁଯାୟୀ, ବିକାନେରରେ ଏହି ରୋଟି ବହୁତ ଲୋକପ୍ରିୟ ହୋଇଛି। ଏହି ରୋଟି ଅଧା କିଲୋ ମଇଦାରେ ତିଆରି ହୁଏ । ଯାହାକି ଏକ କୋଇଲା ବର୍ନର୍ ଉପରେ ପାରମ୍ପାରିକ ଢଙ୍ଗରେ ପ୍ରସ୍ତୁତ କରାଯାଏ । ଯଦି ଆପଣ ଭାବୁଛନ୍ତି ଏହା ପ୍ରସ୍ତୁତ ହେବାକୁ ବହୁତ ସମୟ ଲାଗିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରସ୍ତୁତ ହୋଇଯାଏ । ଗୋଟିଏ ରୋଟିର ମୂଲ୍ୟ ପ୍ରାୟ ୬୦ ଟଙ୍କା । ଏହି ରୋଟିକୁ ଦେଶୀ ଘିଅରେ ବନାଯାଏ । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଏହି ବଡ଼ ରୁଟି ଖାଇବାକୁ ଏଠାକୁ ଆସନ୍ତି । ଏହି ସ୍ୱତନ୍ତ୍ର ରୋଟି ପ୍ରଥମେ ବିକାନେରର କୋଲାୟତ ତହସିଲର ଭନେରା ଗ୍ରାମବାସୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏହା ପରେ ଏହି ଗାଁର ବାସିନ୍ଦାମାନେ ଏକ ଢାବାରେ ରୁଟି ତିଆରି କରିବା ଆରମ୍ଭ କରିଥିଲେ ।
Comments are closed.