Latest Odisha News

BREAKING NEWS

ଏହି ସହରରେ ଆଜିଠୁ ଫୁଡ୍‌ ଷ୍ଟଲ୍‌ରେ ଆମିଷ ଖାଦ୍ୟ ବିକ୍ରି ମନା

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ମଙ୍ଗଳବାର ଠାରୁ ସର୍ବସାଧାରଣ ରାସ୍ତା କଡ଼ରେ ଥିବା ଷ୍ଟଲରେ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି।

ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଷ୍ଟଲଗୁଡିକ ସାଧାରଣ ଲୋକ ଯାତାୟାତ କରୁଥିବା ରାସ୍ତା କଡରେ ଏବଂ ବିଦ୍ୟାଳୟ, କଲେଜ ଏବଂ ଧାର୍ମିକ ସ୍ଥାନଗୁଡିକର ୧୦୦ ମିଟର ବ୍ୟାସାର୍ଦ୍ଧରେ ଅନୁମତି ଦିଆଯିବ ନାହିଁ ବୋଲି ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍‌ର ଟାଉନ୍ ପ୍ଲାନିଂ କମିଟି ନିଷ୍ପତ୍ତି ନେଇଛି ବୋଲି ଏମ୍‌ସି ଟାଉନ୍ ଯୋଜନା କମିଟିର ସଭାପତି କହିଛନ୍ତି।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ସହରର ଲୋକମାନେ ରାସ୍ତା କଡରେ ଏହାର ବିକ୍ରି ହେଉଥିବା ନେଇ ଅଭିଯୋଗ କରୁଛନ୍ତି ଏବଂ ଏହାକୁ ନେଇ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ପ୍ରତିବନ୍ଧକ ଉପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ଯାହା ଚାହାଁନ୍ତି ତାହା ସେମାନେ ଖାଇପାରିବେ।”ଏହା ଭେଜ୍‌ କିମ୍ବା ନନ୍‌ଭେଜ୍‌କୁ ନେଇ ପ୍ରଶ୍ନ ନୁହେଁ। କିନ୍ତୁ ଷ୍ଟଲରେ ବିକ୍ରି ହେଉଥିବା ଖାଦ୍ୟ କ୍ଷତିକାରକ ହେବା ଉଚିତ ନୁହେଁ ଏବଂ ଷ୍ଟଲଗୁଡିକ ଟ୍ରାଫିକରେ ବାଧା ସୃଷ୍ଟି କରିବା ଉଚିତ ନୁହେଁ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.