Latest Odisha News

BREAKING NEWS

ହାର୍ଦ୍ଦିକ ପାଣ୍ଡ୍ୟା କହିଲେ ଘଣ୍ଟାର ଦାମ୍ କେତେ ଓ କେଉଁଠୁ କିଣିଥିଲେ ?

ମୁମ୍ବାଇ: ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଦାମୀ ହାତ ଘଣ୍ଟା ସହ ଧରା ପଡ଼ିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟ୍ୱିଟ୍ କି ହାର୍ଦ୍ଦିକ ଲେଖିଛନ୍ତି, ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ସେ ନିଜେ କଷ୍ଟମ୍ସ ଅଧିକାରୀଙ୍କୁ ଘଣ୍ଟା ହସ୍ତାନ୍ତର କରିଥିଲେ । ଏପରିକି ସେମାନଙ୍କୁ ସମସ୍ତ ଜରୁରୀ କାଗଜପତ୍ର ବି ଦେଇଥିଲେ ବୋଲି କହିଛନ୍ତି ପାଣ୍ଡ୍ୟା ।

ହାର୍ଦ୍ଦିକ ପାଣ୍ଡ୍ୟା ସ୍ପଷ୍ଟ କରିଛନ୍ତି, ସେ ଦୁବାଇରୁ ଆଣିଥିବା ଘଣ୍ଟାର ଦାମ୍ ୫ କୋଟି ନୁହେଁ । ଦେଢ଼ କୋଟି ଟଙ୍କାର ଘଣ୍ଟା ସେ ସାଙ୍ଗରେ ଆଣିଥିଲେ । ସୋସିଆଲ୍ ମିଡିଆରେ ଭୁଲ ଚର୍ଚ୍ଚା ଚାଲିଛି । ଏୟାରପୋର୍ଟର କଷ୍ଟମ୍ସ କାଉଣ୍ଟର ପାଖକୁ ସେ ନିଜେ ଯାଇ ବ୍ୟାଗରେ ଆଣିଥିବା ଜିନିଷ ଦେଖାଇଥିଲେ । କଷ୍ଟମ୍ସ ଡ୍ୟୁଟି ଭରିଛନ୍ତ ।ସେ ଆଇନକୁ ମାନନ୍ତି ଓ ସମ୍ମାନ କରନ୍ତି ବୋଲି ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ପାଣ୍ଡ୍ୟା ।

ଗତକାଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଥିଲା, ପାଣ୍ଡ୍ୟା ଦୁବାଇରୁ ୫ କୋଟି ଟଙ୍କାର ଦୁଇଟି ହାତ ଘଣ୍ଟା ଆଣିଥିଲେ । ମୁମ୍ବାଇ ଏୟାରପୋର୍ଟରେ ତାଙ୍କୁ ଦାମୀ ଘଣ୍ଟା ସହ ଧରିଥିଲା କଷ୍ଟମ୍ସ ବିଭାଗ । ଦୁଇଟି ଘଣ୍ଟାର ବିଲ୍ ପାଣ୍ଡ୍ୟାଙ୍କ ପାଖରେ ନଥିବା ଚର୍ଚ୍ଚା ହେଉଥିଲା । ଯାହାର ଜବାବ ସୋସିଆଲ୍ ମିଡିଆରେ ଦେଇଛନ୍ତି ହାର୍ଦ୍ଦିକ ।

Leave A Reply

Your email address will not be published.