Latest Odisha News

BREAKING NEWS

ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଏହି ଟ୍ରେନ ବାତିଲ, ଜାଣନ୍ତୁ…

ଭୁବନେଶ୍ୱର: ଭାରତୀୟ ରେଳବାଇ ସେପ୍ଟେମ୍ବର ୧୦ ତାରିଖରେ ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍ କରିଛି।

ଲିଙ୍କ୍ ରେକ୍ ବିଳମ୍ବରେ ଚାଲିବା ଯୋଗୁଁ ଟ୍ରେନ୍ ନମ୍ବର-୨୨୮୪୦/୨୨୮୩୯ BBS-ROU-BBS ଏକ୍ସପ୍ରେସ୍ ବୁଧବାର ଉଭୟ ପଟୁ ବାତିଲ ରହିବ। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ମଧ୍ୟ ରେଳବାଇ ଯାତ୍ରୀମାନଙ୍କୁ ଏହି ବାତିଲ୍ ବିଷୟରେ ଅବଗତ କରାଇବା ସହ ତଦନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦେଇଛି।

Comments are closed.