Latest Odisha News

BREAKING NEWS

୮ ବର୍ଷ ବୟସରେ ବରୁଣଙ୍କୁ ଏମିତି ପ୍ରପୋଜ୍ କରିଥିଲେ ଶ୍ରଦ୍ଧା !

ମୁମ୍ବାଇ: ବଲିଉଡର ସବୁଠାରୁ କ୍ୟୁଟ୍ ଯୋଡ଼ି କହିଲେ ଆପଣଙ୍କ ମନକୁ କାହାର ନାଁ ଆସୁଛି ? ନିଶ୍ଚୟ ଶ୍ରଦ୍ଧା କପୁର ଏବଂ ବରୁଣ ଧୱନଙ୍କ ନାଁ ଆସୁଥିବ । ପରଦାରେ ଏହି ଦୁହିଁଙ୍କ କେମିଷ୍ଟ୍ରି ଯେତିକି ସୁନ୍ଦର, ବାସ୍ତବ ଜୀବନରେ ସେମାନଙ୍କ କାହାଣୀ ସେତିକି ମଜାଦାର । ଆପଣ ଜାଣିଛନ୍ତି କି, ମାତ୍ର ୮ ବର୍ଷ ବୟସରେ ଶ୍ରଦ୍ଧା ବରୁଣଙ୍କୁ ପ୍ରପୋଜ୍ କରିଥିଲେ ? କିନ୍ତୁ ବରୁଣ କ’ଣ ଉତ୍ତର ଦେଇଥିଲେ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ…

ଏକ ଇଣ୍ଟରଭ୍ୟୁରେ ଶ୍ରଦ୍ଧା କପୁର ନିଜେ ପିଲାଦିନର ଗୁମର ଖୋଲିଛନ୍ତି । ଦୁହେଁ ନିଜ ନିଜ ବାପାଙ୍କ ସହ ଏକ ଫିଲ୍ମ ସେଟ୍‌କୁ ଯାଇଥିଲେ । ଖେଳୁ ଖେଳୁ ଏକ ଛୋଟ ପାହାଡ଼ ଉପରକୁ ଉଭୟ ଚଢ଼ିଗଲେ । ସେହି ସମୟରେ ଶ୍ରଦ୍ଧା ନିଜ ମନର କଥା କହିବାକୁ ସ୍ଥିର କଲେ ।

ଶ୍ରଦ୍ଧା ବରୁଣଙ୍କୁ କହିଲେ, ମୁଁ କିଛି ଓଲଟା କହିବି, ତୁମକୁ ତାକୁ ବୁଝିବାକୁ ହେବ । ଶ୍ରଦ୍ଧା କହିଲେ-“ୟୁ ଲଭ୍ ଆଇ” (You Love I), ଯାହାର ଓଲଟା ଅର୍ଥ ହେଉଛି “ଆଇ ଲଭ୍ ୟୁ”। କିନ୍ତୁ ଛୋଟ ପିଲା ବରୁଣ ଏଥିରେ ଡରିଯାଇ କହିଥିଲେ, “ମତେ ଝିଅମାନେ ଜମା ପସନ୍ଦ ନୁହଁନ୍ତି” ଏବଂ ସେଠାରୁ ଦୌଡ଼ି ପଳାଇଥିଲେ ।

ସେଦିନର ସେହି ଛୋଟ ପିଲା ଦୁହେଁ ଆଜି ବଲିଉଡର ବଡ଼ ଷ୍ଟାର । ‘ABCD 2’ ହେଉ କି ‘Street Dancer 3D’- ପ୍ରଶଂସକମାନେ ଏହି ଯୋଡ଼ିକୁ ବହୁତ ଭଲପାଇବା ଦେଇଛନ୍ତି । ଏପରିକି ନିକଟରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଫିଲ୍ମ ‘ସ୍ତ୍ରୀ ୨’ (Stree 2) ରେ ମଧ୍ୟ ବରୁଣଙ୍କ ସ୍ପେଶାଲ୍ ଆପିୟରାନ୍ସ ଦର୍ଶକଙ୍କୁ ବେଶ୍ ହସାଇଛି ।

ଶ୍ରଦ୍ଧାଙ୍କ କ୍ୟାରିୟର କଥା କହିଲେ, ୨୦୧୦ରେ ‘ତିନ୍ ପତ୍ତି’ରୁ ଆରମ୍ଭ କରିଥିବା ସଫର ‘ଆଶିକୀ ୨’ (Aashiqui 2) ପରେ ଏକ ନୂଆ ମୋଡ଼ ନେଇଥିଲା । ଆରୋହୀ ଶିର୍କେ ଭୂମିକାରେ ସେ ସାରା ଦେଶକୁ ଦିୱାନା କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ‘ଏକ ଭିଲେନ୍’, ‘ବାଘି’, ‘ଛିଛୋରେ’ ଭଳି ଅନେକ ହିଟ୍ ଫିଲ୍ମ ସେ ଭେଟି ଦେଇଛନ୍ତି । ଆଉ ଏବେ ‘ସ୍ତ୍ରୀ ୨’ ବିଶ୍ୱବ୍ୟାପୀ ୮୦୦ କୋଟିରୁ ଅଧିକ ବ୍ୟବସାୟ କରି ଏକ ନୂଆ ଇତିହାସ ରଚିଛି ।

ତେବେ ଶ୍ରଦ୍ଧା ଏବଂ ବରୁଣଙ୍କ ଏହି ପିଲାଦିନର ପ୍ରେମ କାହାଣୀ ଆପଣଙ୍କୁ କେମିତି ଲାଗିଲା ? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Leave A Reply

Your email address will not be published.