Latest Odisha News

BREAKING NEWS

ଚୀନ ପ୍ରସଙ୍ଗରେ ରାହୁଲଙ୍କୁ ବିଜେପିର କଡା ଜବାବ-ଇଏ ନେହରୁଙ୍କ ଭାରତ ନୁହେଁ..

ଜୟପୁର: ଭାରତ-ଚୀନ ସଂପର୍କକୁ ନେଇ ରାହୁଲ ଗାନ୍ଧୀ ଗତକାଲି ଦେଇଥିବା ମନ୍ତବ୍ୟକୁ କଟୁ ସମାଲୋଚନା କରିଛି ବିଜେପି । ଏପରି ମନ୍ତବ୍ୟ ଦେଇ ରାହୁଲ ଗାନ୍ଧି ସେନାଙ୍କ ମନୋବଳ କମାଇ ଦେଇଛନ୍ତି ବୋଲି କହିଛି ବିଜେପି । ଏଥିସହିତ ରାହୁଲଙ୍କ ଅଣ ଜେଜେବାପା ଜବାହରଲାଲ ନେହରୁଙ୍କୁ ବି କଟାକ୍ଷ କରିଛନ୍ତି । ବିଜେପି ପ୍ରବକ୍ତା ରାଜ୍ୟ ବର୍ଦ୍ଧନ  ସିଂହ ରାଠୋଡ କହିଛନ୍ତି, ଏହା ରାହୁଲଙ୍କ ପରଦାଦା ଜବାହରଲାଲ ନେହରୁଙ୍କ ସମୟର ଭାରତ ନୁହେଁ , ଯାହାଙ୍କ ସମୟରେ ଚୀନ ଭାରତଠାରୁ 3୭, ୨୪୨ ବର୍ଗ କିମି ଜମି ନେଇ ଯାଇଥିଲା ।

BjdElectrycity

ଗତକାଲି ଭାରତ ଯୋଡୋ ଯାତ୍ରାର ୧୦୦ ଦିନ ପୂରଣ ଅବସରରେ ରାହୁଲ ଗାନ୍ଧି କହିଥିଲେ,  ଚୀନ ଯୁଦ୍ଧ ପାଇଁ ସଜବାଜ ହେଉଛି । ହେଲେ ଭାରତ ସରକାର ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି  । ବେଜିଂ ଯୁଦ୍ଧ ପ୍ରସ୍ତୁତି କରୁଥିବାବେଳେ  ମୋଦି ପ୍ରଶାସନ ଶୋଇଛି ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି  । ସୀମାରେ ଭାରତ-ଚୀନ ସମ୍ପର୍କକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଏହି ବୟାନ ଉପରେ ପ୍ରତିକ୍ରିୟା ରଖି ରାଜ୍ୟବର୍ଦ୍ଧନ ରାଠୋଡ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଲାଗୁଛି, ଚୀନର ନିକଟତର ହେବା ଉଚିତ । ଏବେ ସେ ଏତେ ନିକଟତର ହୋଇ ପାରିଛନ୍ତି  ଯେ ସେ ଜାଣିପାରିଛନ୍ତି ଚୀନ କ’ଣ କରିବ । ୧୯୬୨ରେ ଭାରତ-ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧ ପ୍ରସଙ୍ଗ ଉତଥାପନ କରି ସେ କହିଥିଲେ, ନିଜର ଯାତ୍ରା ସମୟରେ ରାହୁଲ ଦେଶବାସୀଙ୍କ ମନରେ ଭ୍ରମ  ସୃଷ୍ଟି କରୁଛନ୍ତି । ଭାରତୀୟ ସେନାଙ୍କୁ ହତୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତୀୟ ସୁରକ୍ଷା ଏବଂ ସୀମାବର୍ତ୍ତୀ ଅଞ୍ଚଳ ଉପରେ ଏପରି ବିବରଣୀ ଦେଇଛନ୍ତି । ଆମର ଜମିକୁ ଚୀନ ଛଡେଇ ନେବା ପରେ ତାଙ୍କୁ ଲାଗୁଛି ଯେ ଚୀନର ନିକଟତର ହେବା ଉଚିତ ।

କଂଗ୍ରେସକୁ ଆକ୍ଷେପ କରି  ରାଠୋଡ ଆହୁରି କହିଥିଲେ, ୟୁପିଏ ସରକାର ସମୟରେ ଚୀନ ଏକାଧିକ ଥର ସୀମା ଅତିକ୍ରମ କରିଥିଲା । କିନ୍ତ ୨୦୧୪ରେ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ସୀମା ସୁରକ୍ଷା ଖର୍ଚ୍ଚକୁ ୩ ଗୁଣା ବଢାଇ ଦିଆଯାଇଛି । ଦେଶ ଏବେ ନିଜର ସୀମା ଏବଂ ଅଞ୍ଚଳକୁ ମଜବୁତ ଭାବେ ରକ୍ଷାକରୁଛି ।

 

Leave A Reply

Your email address will not be published.