Latest Odisha News

BREAKING NEWS

ନୀଳନୟନାଙ୍କ ନାଁରେ ନକଲି ପାସପୋର୍ଟ, ବନ୍ଧାହେଲେ ନାଇଜେରିଆର ୩ ନାଗରିକ

ନୂଆଦିଲ୍ଲୀ : ପୂର୍ବତନ ମିସ୍‌ ଓ୍ୱାଲର୍ଡ ତଥା ଅଭିନେତ୍ରୀ ଐଶର୍ଯ୍ୟା ରାୟଙ୍କ ନାଁରେ ନକଲି ପାସପୋର୍ଟ ଧରି ବୁଲୁଥିଲା ନାଇଜେରିଆର ନାଗରିକ । ନୋଏଡ଼ାରେ ୩ ନାଇଜେରିଆ ନାଗରିକଙ୍କୁ ମାଡ଼ିବସିଲା ପୋଲିସ  । ନାଇଜେରିଆର ଏକ ଗ୍ୟାଙ୍ଗ ଏହି ନକଲି ପାସପୋର୍ଟ ଧରି ଲୋକଙ୍କୁ ଠକୁଥିଲେ । ଏହି ଠକାମୀର ଶିକାର ହୋଇଛନ୍ତି ଜଣେ ଅବସର ପ୍ରାପ୍ତ କର୍ଣ୍ଣେଲ । ତାଙ୍କଠାରୁ ୮୦ ହଜାର ଟଙ୍କା ଠକିଥିବା ସୂଚନା ରହିଛି  ।

ତେବେ ଗିରଫ ୩ ଅଭିଯୁକ୍ତ ହେଲେ ଇକ ଉଫେରେମୁକେବେ, ଏଡ଼ଓ୍ୱିନ୍‌ କଲିନ୍ସ ଏବଂ ବ ଓକୋଲୋଇ ଡେମିଅନ । ତେବେ ଏହି ଅଭିଯୁକ୍ତ ମାନେ ନିଜକୁ ଔଷଧ କମ୍ପାନୀର ପ୍ରତିନିଧି ବୋଲି ଦର୍ଶାଇଥିଲେ । ଏହା ସହିତ ସେମାନେ କମ୍ପାନୀର ପ୍ରତିନିଧି ଭାବେ ଅଭିନୟ କରି ଅଧିକ ମୂଲ୍ୟର ଔଷଧ କ୍ରୟ କରିବାକୁ ପ୍ରତିଜ୍ଞା କରୁଥିଲେ । ଏହି ଗ୍ୟାଙ୍ଗ ମ୍ୟାଟ୍ରୋମୋନିଆଲ ଓ ଡେଟିଂ ଆପ୍‌ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ କରୁଥିଲା  ।

ସୂଚନା ଅନୁଯାୟୀ ଏହି ଗ୍ୟାଙ୍ଗ ସ୍ତନ କର୍କଟ ଔଷଧ ଯୋଗାଇ ଦେବ କହି କର୍ଣ୍ଣେଲଙ୍କୁ ଠକିଥିଲା । ସବୁଠୁ ବଡ଼ କଥା ହେଉଛି ଗିରଫ ହୋଇଥିବା ବ୍ୟକ୍ତିଙ୍କ ପାଖରେ ଭିସା କି କୌଣସି ପାସପୋର୍ଟ ନଥିଲା  ।

Leave A Reply

Your email address will not be published.