Latest Odisha News

BREAKING NEWS

ଶାହରୁଖଙ୍କ ପାର୍ଟିକୁ ଏହି କାରଣରୁ ଯାଆନ୍ତି ନାହିଁ ଇମ୍ରାନ

ମୁମ୍ବାଇ: ଫିଲ୍ମ ‘ଟାଇଗର-୩’ ‘ପାଇଁ ଆଜିକାଲି ବଲିଉଡ ଅଭିନେତା ଇମ୍ରାନ ହାସମୀ ଚର୍ଚ୍ଚାରେ ଅଛନ୍ତି । ସିରିଏଲ କିସର ନାମରେ ପ୍ରସିଦ୍ଧ ଇମ୍ରାନ ଏହି ଚଳଚ୍ଚିତ୍ରରେ ଭିଲେନ ଭୂମିକାରେ ନଜର ଆସିଛନ୍ତି । ଆଉ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ତେବେ ଇମ୍ରାନ ଏବେ ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ଜନ୍ମଦିନ ପାର୍ଟିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ସେ ଶାହରୁଖ ପାର୍ଟିକୁ ଆଦୌ ଉପଭୋଗ କରି ନ ଥିଲେ ।

ବାସ୍ତବରେ, ନଭେମ୍ବର ୨ରେ ଶାହରୁଖ ଖାନ ତାଙ୍କର ୫୬ତମ ଜନ୍ମଦିନ ପାଳନ କରିଥିଲେ । ଆଉ ଏହି ଅବସରରେ ସେ ଏକ ଗ୍ରାଣ୍ଡ ପାର୍ଟି ଦେଇଥିଲେ । ଅଭିନେତାଙ୍କ ଜନ୍ମଦିନ ପାର୍ଟିରେ ବହୁ ସେଲିବ୍ରିଟି ଯୋଗ ଦେଇଥିଲେ । ସେଥିମଧ୍ୟରୁ ଇମ୍ରାନ୍ ହାଶମୀ ମଧ୍ୟ ଥିଲେ । ନିକଟରେ ଏକ ସାକ୍ଷାତକାରରେ ଇମ୍ରାମ ହାଶମୀ କହିଛନ୍ତି, ‘ମୁଁ ସେହି ପାର୍ଟିରେ ରାତି ୧୨ଟା ପର୍ଯ୍ୟନ୍ତ ରହିଥିଲି । କାରଣ ମୁଁ ସକାଳ ୬:୩୦ରୁ ୭ଟା ସୁଦ୍ଧା ଉଠେ । ମୁଁ ମଦ୍ୟପାନ କରେ ନାହିଁ । ଏହା ହେଉଛି ସବୁଠାରୁ ବଡ ସମସ୍ୟା । ଇମ୍ରାନ୍ ହାଶମୀ ଆହୁରି କହିଛନ୍ତି, ‘ମୁଁ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂକୁ ମଧ୍ୟ ଯାଏ ନାହିଁ । କାରଣ ଯଦି ତୁମେ ସେଠାକୁ ଯିବ, ତେବେ ବାହାରକୁ ଆସି ଫିଲ୍ମର ପ୍ରଶଂସା କରିବାକୁ ପଡିବ । ଯଦି ମୁଁ ଫିଲ୍ମକୁ ପସନ୍ଦ କରେ ନାହିଁ, ତେବେ ମୁଁ ଏହାକୁ ପ୍ରଶଂସା କରିପାରିବି ନାହିଁ । ତେଣୁ ମୁଁ ସ୍କ୍ରିନିଂ ପରିବର୍ତ୍ତେ ଥିଏଟରରେ କିମ୍ବା ଘରେ ଫିଲ୍ମ ଦେଖେ ।

Leave A Reply

Your email address will not be published.