Latest Odisha News

BREAKING NEWS

ଲୋକନାଥଙ୍କ ଏହି ନୀତି ବର୍ଷରେ ଥରେ ଆସେ

ପୁରୀ: ପୁରୀର ପ୍ରସିଦ୍ଧ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଛି । ବର୍ଷର ଏହି ଗୋଟିଏ ଦିନରେ କେବଳ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଗମ୍ଭିରାରେ ପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । ଭାରତବର୍ଷର କୌଣସି ଶୈବପୀଠ କିମ୍ବା ମନ୍ଦିରରେ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି ନାହିଁ । କେବଳ ଲୋକନାଥ ମନ୍ଦିରରେ ମହାଶିବରାତ୍ରୀର ଗୋଟିଏ ଦିନ ଆଗରୁ ସ୍ୱତନ୍ତ୍ର ରୀତି କରାଯାଇଥାଏ ।

ତେବେ ଏହି ପଙ୍କୋଦ୍ଧାର ଏକାଦଶୀ ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ସଂଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢାଯାଇଥିଲା ।ଆଜିର ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ସମ୍ପୁର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ଭକ୍ତମାନେ ଆନନ୍ଦିତ ହୋଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକଭାବେ ଲିଙ୍ଗରାଜକୁ କୁହାଯାଇଥାଏ । ଆଉ ଆଜି ଦିନରେ ତାଙ୍କର ସ୍ୱତନ୍ତ୍ର ରୀତିନୀତି କରାଯାଇଛି ।

ଲକ୍ଷେ ଶିବଲିଙ୍ଗ ପୂଜା କଲେ ଯେଉଁ ପ୍ରାପ୍ତି ମିଳିଥାଏ ଆଜିର ଦିନରେ ପୂଜା କଲେ ସମପରିମାଣର ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୀତିକୁ ଶୃଙ୍ଖଳିତ କରାଯାଇ ପଙ୍କୋଦ୍ଧାର ପାଇଁ ସମସ୍ତ ନୀତିକାନ୍ତି ସମାପ୍ତ କରାଯାଇଥିଲା । ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସେହିପରି ଜାଜର ଯାତ୍ରା ପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।
ପଙ୍କୋଦ୍ଧାର ଏକାଦଶୀ ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚୁଡାନ୍ତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ନୀତିକାନ୍ତି ସମ୍ପାଦିତ ହୋଇଥିଲା ।

Comments are closed.