Latest Odisha News

BREAKING NEWS

ଆସନ୍ତୁ ଜାଣିବା ଆରପିଏନ ସିଂ ବିଜେପିରେ ମିଶିବା ପରେ କାହିଁକି ଭାଇରାଲ ହେଉଛି ଏହି ଫଟୋ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଆରପିଏନ ସିଂ ବିଜେପିରେ ଯୋଗ ଦେବା ପରେ ସୋସିଆଲ ସାଇଟରେ ଗୋଟିଏ ଫଟୋ ଭାଇରାଲ ହେଉଛି । ଏହି ଫଟୋରେ ଆରପିଏନ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜିତିନ ପ୍ରସାଦ ଓ ସଚିନ ପାଇଲଟ କୌଣସି ଏକ ବିଷୟରେ ଆଲୋଚନା କରୁଛନ୍ତି । ସଚିନଙ୍କ ବ୍ୟତୀତ ଅନ୍ୟ ସମସ୍ତ ନେତା ବିଜେପିରେ ଯୋଗ ଦେଇ ସାରିଛନ୍ତି ।

ଅଶୋକ ଗେହଲତଙ୍କ ସହ ସଚିନଙ୍କ ବିବାଦ ଚାଲୁଥିବାରୁ ସେ ବିଜେପିରେ ମିଶିବା ଅସମ୍ଭବ ନୁହେଁ । ଅନ୍ୟ ଅର୍ଥରେ କଂଗ୍ରେସ ଦକ୍ଷତା ସମ୍ପନ୍ନ ଯୁବ ନେତା ଦଳ ଛାଡିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଜଣେ ୟୁଜର୍ସ ଏହି ଫଟୋକୁ ଦେଖି ଲେଖିଛନ୍ତି ଏହା ପରେ ସଚିନଙ୍କ ପାଳି ।

Comments are closed, but trackbacks and pingbacks are open.