Latest Odisha News

BREAKING NEWS

ପୁଣି ନନ୍ଦନକାନନରେ ଗଡିବ ଟୟ ଟ୍ରେନ୍, ଗୁଜରାଟରୁ ଆସିଛନ୍ତି ଟେକ୍ନିକାଲ ଟିମ୍

ଭୁବନେଶ୍ବର : ପୁଣି ନନ୍ଦନକାନନରେ ଗଡ଼ିବ ଟୟ ଟ୍ରେନ୍ । ବାରମ୍ବାର ଅଚଳ ହେବା ପରେ ଏବେ ଏହାର ପୁଣି ମରାମତି କରାଯାଉଛି । ଗଜ ଅକ୍ଟୋବର ୩୧ ତାରିଖରୁ ସମ୍ପୂର୍ଣ୍ଣ ଅଚଳ ହୋଇ ପଡି ରହିଛି ଟୟ ଟ୍ରେନ୍ । ଏହାର ମରାମତି ପାଇଁ ଗୁଜରାଟରୁ ଆସିଛନ୍ତି ୩ ଜଣିଆ ଟେକ୍ନିକାଲ ଟିମ୍ । ଏହି ଟିମ୍ ଟୟ ଟ୍ରନର ମରାମତି କରୁଛନ୍ତି । ମରାମତି କରାଯିବା ପରେ ଟୟ ଟ୍ରେନକୁ ୩ ଦିନ ଡ୍ରାଏ ରନ୍ କରାଯିବ ।

ଆସନ୍ତା ସପ୍ତାହରେ ଟୟ ଟ୍ରେନରେ ବସି ମଜା ଉଠାଇବେ ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ । ଗତ ୨୦୧୪ ମସିହାରୁ ନନ୍ଦନକାନନରେ ବନ୍ଦ ଥିଲା ଟୟ ଟ୍ରେନ । ପାଖାପାଖି ୬ କୋଟି ଟଙ୍କା ବିନିମୟରେ ରାଜସ୍ଥାନର ରାଇଟସ୍ ନାମକ ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇଥିଲା । ଗତ ଅକ୍ଟୋବର ୮ ତାରିଖରେ ନନ୍ଦନକାନନରେ ଟୟ ଟ୍ରେନ ସେବା ଆରମ୍ଭ ହୋଇଥିଲା । କିନ୍ତୁ ଗୋଟିଏ ସପ୍ତାହ ନ ଯାଉଣୁ ସଂପୂର୍ଣ୍ଣ ଅଚଳ ହୋଇପଡିଛି ଟୟ ଟ୍ରେନ୍ ।

Comments are closed, but trackbacks and pingbacks are open.