Latest Odisha News

ଦୁଇ ରାଜ୍ୟର ସୀମାରେ ରହିଛି ନିଆରା ରେଳ ଷ୍ଟେସନ

ନୂଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରଥାନ୍ତି। କେତେକ ଷ୍ଟେସନ ନିଜର ସୌନ୍ଦର୍ଯ୍ୟ କିମ୍ବା ଲମ୍ବା ପ୍ଲାଟଫର୍ମକୁ ନେଇ ବେଶ ଜଣାଶୁଣା । ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟେସନ ବିଷୟରେ କହିବୁ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାରେ ରହିଛି ନାଭାପୁର ରେଳ ଷ୍ଟେସନ । ଏହି ଷ୍ଟେସନର ବିଶେଷତ୍ୱ ହେଉଛି ଏହା ଗୋଟିଏ ରାଜ୍ୟରେ ନୁହେଁ ବରଂ ଦୁଇଟି ରାଜ୍ୟରେ ରହିଛି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ଏକଦମ ସତ । ଷ୍ଟେସନର ଦୁଇଟି ଅଂଶ ରହିଛି |

BjdElectrycity

ଷ୍ଟେସନର ଗୋଟିଏ ଅଂଶ ଗୁଜୁରାଟରେ ଥିବା ବେଳେ ଅନ୍ୟ ଅଂଶ ମହାରାଷ୍ଟ୍ରରେ ଅଛି। ଏଠାରେ ବସିବା ପାଇଁ ଏକ ବେଞ୍ଚ ଅଛି ଯାହାର ଅଧା ମହାରାଷ୍ଟ୍ରରେ ଥିବାବେଳେ ଅନ୍ୟ ଅଂଶ ଗୁଜୁରାଟରେ ରହିଛି । ପଶ୍ଚିମ ରେଳବାଇର ନାଭାପୁର ରେଳ ଷ୍ଟେସନ ମହାରାଷ୍ଟ୍ର ଏବଂ ଗୁଜୁରାଟର ସୀମାରେ ଅବସ୍ଥିତ । ଏଠାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଚାରୋଟି ଭିନ୍ନ ଭାଷାରେ ଟ୍ରେନ ସମ୍ପର୍କିତ ସୂଚନା ଘୋଷଣା କରାଯାଇଥାଏ | ଇଂରାଜୀ, ଗୁଜରାଟୀ, ହିନ୍ଦୀ ଏବଂ ମରାଠୀ ଭାଷାରେ ଯାତ୍ରୀମାନଙ୍କ ପାଇଁ ଏଠାରେ ଘୋଷଣା କରାଯାଇଥାଏ | ନାଭାପୁର ରେଳ ଷ୍ଟେସନର ଆରପିଏଫ ଷ୍ଟେସନ୍ ଏବଂ ଟିକେଟ୍ କାଉଣ୍ଟର ମହାରାଷ୍ଟ୍ର ରାଜ୍ୟରେ ଥିବାବେଳେ ଷ୍ଟେସନମାଷ୍ଟରଙ୍କ ଅଫିସ୍ ଗୁଜୁରାଟର ତାପି ଜିଲ୍ଲାରେ ରହିଛି ।

ଏହି ଷ୍ଟେସନରେ ଉଭୟ ଗୁଜୁରାଟ ଏବଂ ମହାରାଷ୍ଟ୍ରର ନିୟମ ଲାଗୁ ହୋଇଥାଏ । ଗୁଜୁରାଟରେ ମଦ୍ୟପାନ ନିଷେଧ, ଏବଂ ମହାରାଷ୍ଟ୍ରରେ ପାନ ମସାଲା ଏବଂ ଗୁଟଖା ବିକ୍ରି ପାଇଁ ଅନୁମତି ନାହିଁ। ଏହି ଷ୍ଟେସନ ସେହି ଅନୁସାରେ ଚାଲିଥାଏ ।

Leave A Reply

Your email address will not be published.