Latest Odisha News

ଆମେରିକା ସଂସଦରେ ଆଗତ ହେଲା ଦ୍ୱିଦଳୀୟ ବିଧେୟକ-ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ

ୱାଶିଂଟନ: ଆମେରିକାର ଦୁଇଜଣ  ସାଂସଦ ଅରୁଣାଚଳ ପ୍ରଦେଶର ସମସ୍ୟା ଉପରେ ଭାରତକୁ ସମର୍ଥନ କରି  ସଂସଦରେ ଏକ ଦ୍ୱିଦଳୀୟ ବଲ ଆଗତ କରିଛନ୍ତି । ଏହି ବିଲରେ ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଯାଇଛି । ଏହି ବିଲ ଓରେଗୋନର ସାଂସଦ ଜେଫ ମର୍କେଲ ଏବଂ ବିଲ ହାଗେର୍ଟୀ ଆଗତ କରିଛନ୍ତି ।

ଭାରତର ଅରୁଣାଚଳ ପ୍ରଦେଶକୁ ଚୀନ ତା’ର ବୋଲି ଦାବି କରୁଛି । ଏହାକୁ ନେଇ ଚୀନ ଏଲଏସିରେ ପୂର୍ବ ସେକ୍ଟରରେ ସବୁବେଳେ ଆକ୍ରମଣାତ୍ମକ କାର୍ଯ୍ୟକଳାପ ପ୍ରଦର୍ଶନ କରୁଛି । ଅନେକ ସମୟେର ଚୀନ-ଭାରତୀୟ ସେନା ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଘଟୁଥିବା ଦେଖିବାକୁ ମିଳୁଛି । ଏହି ସବୁ ଘଟଣା ମଧ୍ୟରେ ଆମେରିକାର ଦୁଇ ସାଂସଦଙ୍କର ଏପରି ବିଲ ଆଗତ କରିବା ବେଶ ଗୁରୁତ୍ୱ ବହନ କରେ ।

ଆମେରିକୀ କଂଗ୍ରେସର ଜଣେ ସିନେଟର ଜେଫ ମର୍କଲେ କହିଛନ୍ତି, ଆମେରିକା ସାରା ବିଶ୍ୱରେ ସ୍ୱତନ୍ତ୍ରତା ଏବଂ ଆଇନ ଉପରେ ଆଧାରିତ ପଦ୍ଧତିକୁ ବିଶ୍ୱାସ କରେ । ଏପରି ପ୍ରସ୍ତାବ ପ୍ରମାଣିତ କରୁଛି ଯେ, ଆମେରିକା ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ଭାବେ । ଏହା ଚାଇନାର ଅଂଶ ନୁହେଁ । ଏହି ବିଧେୟକରେ ଆମେରିକୀ ସରକାରକୁ ସହଯୋଗୀ ଦେଶ ସହ ସଂପର୍କ ଅଧିକ ମଜବୁତ କରିବା ପାଇଁ ମଧ୍ୟ କୁହାଯାଇଛି । ଏଥିସହିତ ଚୀନର ଆକ୍ରମଣାତ୍ମକ ମନୋଭାବର ସମାଲୋଚନା କରାଯାଇଥିଲା ।

ସିନେଟର ବିଲ ହାଗେର୍ଟୀଙ୍କ କହିଛନ୍ତି, ଚୀନ ଏବେ ହିନ୍ଦ-ପ୍ରଶାନ୍ତ ମହାସାଗର ପାଇଁ ଚିନ୍ତାର କାରଣ ହୋଇଛି । ଏପରି ସ୍ଥିତିରେ ଆମେରିକା ନିଜର ରଣନୀତି ପ୍ରସ୍ତୁତ କରି କାନ୍ଧକୁ କାନ୍ଧ ମିଳାଇ ଛିଡା ହେବା ଦରକାର । ବିଲ ହାଗେର୍ଟି କହିଛନ୍ତି, ଆମେରିକା ଏବଂ ଭାରତ ଦ୍ୱିପାକ୍ଷିକ ବୁଝାମଣାକୁ ଆହୁରି ଦୃଢ କରିଯିବା ଦରକାର ।

ଆମେରିକା ମେକମୋହନ ଲାଇନକୁ ଭାରତ ଏବଂ ଚୀନ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ସୀମାରେଖା ବୋଲି ମାନେ । କିନ୍ତୁ ଚୀନ ଏହାକୁ ବଦଳାଇବା ପାଇଁ ଚେଷ୍ଟା କରିଆସୁଛି । ସେଥିପାଇଁ ଚୀନ ସେନା ସୀମାରେ ଗାଁ ବସାଉଛନ୍ତି । ଚୀନ ଭାଷାରେ ଲେଖା ଥିବା ନକ୍ସା ବି ଜାରି କରୁଛି  । ଏହି ନକ୍ସାରେ ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ବୋଲି ଦାବି କରିଛି ।

Leave A Reply

Your email address will not be published.