Latest Odisha News

ଏହି ରାଜ୍ୟରେ ସବୁଠୁ ଅଧିକ କଟାଯାଇଛି ଇ-ଚାଲାଣ, ରାଜସ୍ବ ଆଦାୟରେ ଆଗରେ ରହିଛି…

ନୂଆଦିଲ୍ଲୀ: ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ଜାନୁଆରୀ ୧, ତାରିଖ ୨୦୧୯ ରୁ ଡିସେମ୍ବର ୩୧ ତାରିଖ ୨୦୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୮.୨୪ କୋଟିରୁ ଅଧିକ ଇ-ଚାଲାଣ କଟାଯାଇଛି । ଏହି ଚାଲାଣଗୁଡିକରୁ ୧୨,୬୩୨ କୋଟି ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ଲୋକସଭାରେ ଦିଆଯାଇଥିବା ଏହି ପରିସଂଖ୍ୟାନରେ ତାମିଲନାଡୁରେ ସର୍ବାଧିକ ଚାଲାଣ କଟା ଯାଇଥିଲା । ସେହିପରି ରାଜସ୍ୱ କ୍ଷେତ୍ରରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି ।

ତାମିଲନାଡୁରେ ୫.୫୭ କୋଟି ଟଙ୍କାର ସର୍ବୋଚ୍ଚ ଚାଲାଣ କଟାଯାଇ ରାଜ୍ୟକୁ ୭୫୫.୫୮ କୋଟି ଟଙ୍କା ରାଜସ୍ବ ମିଳିଛି । ଯେଉଁଠାରେ କି ଉତ୍ତରପ୍ରଦେଶରେ ୪.୪ କୋଟି ଇ-ଚାଲାଣ କାଟି ୨,୪୯୫ କୋଟି ଟଙ୍କା ଆଦାୟ ହୋଇଛି । ତାମିଲନାଡୁରେ ହୁଏତ ସର୍ବାଧିକ ସଂଖ୍ୟକ ଚାଲାଣ କଟାଯାଇଛି କିନ୍ତୁ ରାଜସ୍ୱ ଦୃଷ୍ଟିରୁ ଏହା ଷଷ୍ଠ ସ୍ଥାନରେ ରହିଛି ।

ପ୍ରତିଦିନ ପ୍ରାୟ ୧ ଲକ୍ଷ ଚାଲାଣ କଟାଯାଉଛି

ନିତିନ ଗାଡକରୀ ଲୋକସଭାରେ କହିଛନ୍ତି ଯେ, ସାରା ଦେଶରେ ୯୯,୮୯୩ ଇ-ଚାଲାଣ ଜାରି କରାଯାଇଥିବାବେଳେ ୨୦୧୯ ଏବଂ ୨୦୨୩ ମସିହାରେ ସେମାନଙ୍କଠାରୁ ୬.୯୧ କୋଟି ଟଙ୍କା ରାଜସ୍ୱ ମିଳିଛି । ମନ୍ତ୍ରଣାଳୟ କହିଛି ଯେ, ଏହି ସଂଖ୍ୟାରେ ତେଲେଙ୍ଗାନା, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଏବଂ ନିକୋବର ରାଜ୍ୟକୁ ଅନ୍ତର୍ଭୂକ୍ତ କରାଯାଇ ନାହିଁ, ଯେଉଁଠାରେ ଏପର୍ଯ୍ୟନ୍ତ ଇ-ଚାଲାଣ ଲାଗୁ କରାଯାଇ ନାହିଁ ।

ଦେଶରେ ୩୮.୫୦ କୋଟି ପଞ୍ଜୀକୃତ ଯାନ

କେନ୍ଦ୍ର ମନ୍ତ୍ରୀ ଗଡକରୀ ଗୃହରେ କହିଛନ୍ତି ଯେ, ନଭେମ୍ବର ୩୦ ପର୍ଯ୍ୟନ୍ତ ଭାରତରେ ପଞ୍ଜୀକୃତ ମୋଟ ମୋଟର ଯାନ ପ୍ରାୟ ୩୮.୫୧ କୋଟି ଅଟେ । ସେ ଏହା ମଧ୍ୟ କହିଛନ୍ତି ଯେ ନଭେମ୍ବର ୩୦ ସୁଦ୍ଧା ଭାରତର ୨.୧୮ କୋଟି ପରିବହନ ଯାନ ମଧ୍ୟରୁ ୧୦.୭୦ ଲକ୍ଷରୁ ଅଧିକ ସ୍ପିଡ୍ ଲିମିଟିଙ୍ଗ ଡିଭାଇସ (SLD) ସ୍ଥାପିତ ହୋଇଛି ।

ଗଡକରୀ କହିଛନ୍ତି ଯେ, ସାରଥୀ ୪.୦ ଅନୁଯାୟୀ ବର୍ତ୍ତମାନ ଦେଶରେ ୧୮.୨୦ କୋଟି ଲୋକଙ୍କର ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବାବେଳେ ୯୫.୭୯ ଲକ୍ଷ ଲୋକଙ୍କର ଲର୍ଣ୍ଣିଂ ଲାଇସେନ୍ସ ରହିଛି ।

Comments are closed.