Latest Odisha News

ବର୍ଷକୁ ଗୋଟିଏ ଦିନ ହିଁ ଖୋଲିଥାଏ ଏହି ଗଣେଶ ମନ୍ଦିର

ଭୁବନେଶ୍ୱର :  ହିନ୍ଦୁ ପରମ୍ପରାରେ ଶ୍ରୀଗଣେଶଙ୍କୁ ସର୍ବପ୍ରଥମେ ପୂଜା କରିବାର ବିଧାନ ରହିଛି  । ଶ୍ରୀଗଣେଶଙ୍କୁ ପ୍ରଥମ ପୂଜ୍ୟ ଦେବତା କୁହାଯାଏ ।ସେଥିପାଇଁ ପ୍ରତ୍ୟକ ଶୁଭ କାର୍ଯ୍ୟ ଆରମ୍ଭରେ ଶ୍ରୀଗଣେଶଙ୍କୁ ଆରାଧନା କରାଯାଏ । ଭାରତରେ ପ୍ରତିଟି କୋଣରେ ଶ୍ରୀଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ ।

ଏହି ସବୁ ମନ୍ଦିରରେ ଗଣପତିଙ୍କ ଆରାଧନା ବର୍ଷ ତମାମ କରାଯାଏ । ତେବେ ଦେଶରେ ଏଭଳି ଏକ ମନ୍ଦିର ଅଛି , ଯାହା କେବଳ ଗଣେଶ ଚତୁର୍ଥୀ ଦିନ ହିଁ ଖୋଲିଥାଏ । ଏହି ଅନନ୍ୟ ମନ୍ଦିରଟି ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ । ଏହା ଗଣପତି ମନ୍ଦିର ଭାବରେ ପରିଚିତ । ଏହି ମନ୍ଦିରର ସ୍ୱତନ୍ତ୍ର ବିଶେଷତ୍ଵ ରହିଛି  । ଏହି ମନ୍ଦିର ବର୍ଷକୁ ଗୋଟିଏ ଦିନ ପାଇଁ ଖୋଲିଥାଏ ।

ଏହି ମନ୍ଦିର ମୁଖ୍ୟ ଦ୍ୱାର ଖୋଲିବା ପୂର୍ବରୁ , ଯଜ୍ଞକୁଣ୍ଡରେ ଦଶ ହଜାର ଆହୁତି ଅର୍ପଣ କରାଯାଏ ।  ଗଣେଶ ଚତୁର୍ଥୀ ଦିନ ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଟା ସମୟ ପର୍ଯ୍ୟନ୍ତ ଏହି ମନ୍ଦିରରେ ଗଣପତିଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥାଏ  । ଗଣେଶ ଚତୁର୍ଥୀ ଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥା’ନ୍ତି । ପାଟିରେ ପାନ , ଗୁଆ , ଗୁଜୁରାତି ଆଦି ରଖି ଗଣେଶଙ୍କୁ ଦର୍ଶନ କରିବାର ନିୟମ ରହିଛି । ଏହି ମନ୍ଦିରର ଭକ୍ତ ମାନଙ୍କର ବିଶ୍ୱାସ ରହିଛି ଯେ , ଯେଉଁମାନଙ୍କର ବିବାହରେ ବାଧା ଉପୁଜୁଛି , ସେମାନେ ଦୂବ ଓ ସିନ୍ଦୂର ଅର୍ପଣ କରିବା ଦ୍ବାରା ବିବାହ ଶୀଘ୍ର ହୋଇଥାଏ ।

Leave A Reply

Your email address will not be published.