Latest Odisha News

BREAKING NEWS

ଆପ ଅଭିଯୋଗର ଯାଂଚ କରିବା ପାଇଁ ଉପ ରାଜ୍ୟପାଳଙ୍କୁ ପତ୍ର ଲେଖିଲେ ବିଜେପିର ୭ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଛକା ପଞ୍ଝା ଚାଲିଛି । ବୁଧବାର ସମସ୍ତ ୭ ବିଜେପି ଏମପି ଆମ ଆଦମୀ ପାର୍ଟି ଆଣିଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଅପରେଶନ ଲୋଟସ ଅଭିଯୋଗ ପ୍ରକୃତ ଯାଂଚ କରାଗଲେ ଦିଲ୍ଲୀବାସୀ ସତ କଣ ଜାଣିପାରିବେ । ମଦ ଏବଂ ଶିକ୍ଷାକୁ ନେଇ ହୋଇଥିବା ଦୁର୍ନୀତିକୁ ଲୁଚାଇବା ପାଇଁ ଆମ ଆଦମୀ ପାର୍ଟି ମିଥ୍ୟା ଅଭିଯୋଗ ଆଣୁଛି ବୋଲି ସେମାନେ କହିଛନ୍ତି । ମନୋଜ ତିୱାରୀ, ପରଭେଶ ବର୍ମା, ରମେଶ ବିଧୁଡି ଓ ହଂସରାଜ ହଂସ ଏ ନେଇ ଏକ ପ୍ରେସମିଟର ଆଲୋଚନା ମଧ୍ୟ କରିଥିଲେ ।

ଆପ ଗୋଟିଏ ପରେ ଗୋଟିଏ ସ୍କାମ କରିଥିବା ଚାଲିଥିବା ବେଳେ ବିଜେପି ନାମରେ ମିଥ୍ୟା ଅଭିଯୋଗ ଆଣୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆପର ଅନ୍ୟ ବଡ ନେତା ବିଜେପି ୮୦୦ କୋଟି ଖର୍ଚ୍ଚ କରି ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.