ନୂଆଦିଲ୍ଲୀ: ଫ୍ରେଞ୍ଚର ବିଳାସପୂର୍ଣ୍ଣ ବ୍ରାଣ୍ଡ ଲୁଇସ୍ ଭ୍ୟୁଟନ୍ଙ୍କ ବିମାନ ଆକୃତିର ବ୍ୟାଗର ଚିତ୍ର ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହା ଏବେ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ବେଶ୍ ଚକିତ କରିଛି।
ତେବେ ଆପଣ ଜାଣନ୍ତି କି ଏହି ବ୍ୟାଗ୍ର ଦାମ୍ କେତେ? ବ୍ୟାଗଟିର ମୂଲ୍ୟ ୩୯,୦୦୦ ଡଲାର। ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୨୮, ୬୭,୦୪୬ ଟଙ୍କା।
ଏହି ବ୍ୟାଗ୍କୁ ଆମେରିକୀୟ ଡିଜାଇନର୍ ଭର୍ଜିନ୍ ଅବଲୋହ୍ ଡିଜାଇନ୍ କରିଥିଲେ। ଏହି ବ୍ୟାଗ୍ର ରଙ୍ଗ ବ୍ରାଉନ୍।ଏହା ଦେଖିବାକୁ ଠିକ୍ ବିମାନ ପରି।
ସେଣ୍ଟ, ଏକ ଟ୍ୱିଟର ଆକାଉଣ୍ଟରେ ଗତ ମାସରେ ହ୍ୟାଣ୍ଡବ୍ୟାଗର ଫଟୋ ପୋଷ୍ଟ କରାଯାଇଥିଲା ଏବଂ କିଛି ସମୟ ପରେ ଏହା ଭାଇରାଲ ହୋଇଥିଲା।
Comments are closed.