Latest Odisha News

BREAKING NEWS

ନଭେମ୍ବର ୧ ରୁ ଖୋଲୁଛି ଓଡିଶାର ଏହି ଅଭୟାରଣ୍ୟ; ପର୍ଯ୍ୟଟକଙ୍କ ପାଇଁ କ’ଣ ରହିଛି ଗାଇଡ଼ଲାଇନ ଜାଣନ୍ତୁ

ବରିପଦା: ମୟୂରଭଞ୍ଜ ଜିଲ୍ଲାର ସିମିଳିପାଳ ଜାତୀୟ ଉଦ୍ୟାନ ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଟାଇଗର ରିଜର୍ଭ ଫିଲ୍ଡର ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ପାର୍କରେ କୋଭିଡ୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯିବ।

ଆବଶ୍ୟକ ଅନୁମତି ଥିବା ସର୍ବାଧିକ ୩୫ ଟି ଚାରି ଚକିଆ ଯାନକୁ କାଲିଆଣି (ଜଶିପୁର)ର ପ୍ରବେଶ ପଥରେ ପ୍ରବେଶ ପାଇଁ ଅନୁମତି ମିଳିବ ଏବଂ ପର୍ଯ୍ୟଟକମାନଙ୍କୁ ଅଭୟାରଣ୍ୟ ମଧ୍ୟକୁ ନେବା ପାଇଁ ପିଥବଟାସ୍ଥ ପ୍ରବେଶ ପଥରେ ଆଉ ୨୫ ଟି ଗାଡିକୁ ଅନୁମତି ଦିଆଯିବ ।

ଯାନବାହାନ, ଯାତ୍ରୀ ଏବଂ ସେମାନଙ୍କର ଜିନିଷ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ ସ୍କାନ କରାଯିବ । ପ୍ରତିଦିନ ସକାଳ ୬ ଟାରୁ ୯ ଟା ମଧ୍ୟରେ ଏହି ଅନୁମତି ପ୍ରଦାନ କରାଯିବ । ପ୍ରତ୍ୟେକ ଗାଡିରେ ଅତି କମରେ ଗୋଟିଏ ଟୁର ଗାଇଡ୍ ରହିବେ।

ଆହୁରି ମଧ୍ୟ କୁହାଯାଇଛି ଯେ ପର୍ଯ୍ୟଟକମାନେ ଜାରି କରାଯାଇଥିବା ଏହି ନିର୍ଦ୍ଦେଶାବଳୀକୁ ପାଳନ କରିବା ନେଇ ଲିଖିତ ଭାବେ ପୈଠ କରିବେ।

Comments are closed.