Latest Odisha News

BREAKING NEWS

ନିର୍ବାଚନ ପରେ ବିଜେପିକୁ ଛାଡ଼ି ଆରଜେଡି ହାତ ଧରିବେ ନୀତିଶ: ଚିରାଗ ପାଶଓ୍ୱାନ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶଓ୍ୱାନ । ସେ କହିଛନ୍ତି, ନିର୍ବାଚନ ପରେ ନୀତିଶ ବିଜେପିକୁ ବାଏ ବାଏ କହି ଆରଜେଡି କ୍ୟାମ୍ପରେ ସାମିଲ ହେବାକୁ ପ୍ରସ୍ତୁତି କରିଛନ୍ତି । ତାଙ୍କୁ ଭୋଟ ଦେଲେ ଏହା ବିଜେପି ପ୍ରତି ବିଶ୍ୱାସଘାତକତା ହେବ। କେବଳ ଆରଜେଡି ଓ ମହାମେଣ୍ଟକୁ ସୁହାଇବ ବୋଲି କହିଛନ୍ତି ଚିରାଗ ପାଶଓ୍ୱାନ ।

ଚିରାଗ କହିଛନ୍ତି, ବର୍ତ୍ତମାନ ବିହାରକୁ ନୀତିଶ ଫ୍ରି କରିବାର ସମୟ ଆସିଛି । ଗତ 15 ବର୍ଷରେ ରାଜ୍ୟର ଅବସ୍ଥା ବିଗିଡି ଯାଇଛି । ରାଜ୍ୟକୁ ଏକ ନମ୍ୱର କରିବାକୁ ପଡ଼ିବ । ଏଥର ଜେଡିୟୁଠାରୁ ଅଧିକ ସିଟରେ ପ୍ରାର୍ଥୀ ଦେଇଛି ଏଲଜେପି । ନୀତିଶଙ୍କଠାରୁ ଅଧିକ ଆସନ ଜିତି ବିଜେପି-ଏଲଜେପି ସରକାର କରିବେ ବୋଲି ଚିରାଗ ପାଶଓ୍ୱାନ କହିଛନ୍ତି ।

Leave A Reply

Your email address will not be published.