Latest Odisha News

BREAKING NEWS

ଥମାସ କପ ବ୍ୟାଡମିଂଟନ: ଇତିହାସ ରଚିଲା ଭାରତ, ରବିବାର ଫାଇନାଲ

ନୂଆଦିଲ୍ଲୀ:ଭାରତୀୟ ପୁରୁଷ ବ୍ୟାଡମିଂଟନ ଦଳ ୭୩ ବର୍ଷ ପରେ ଥମାସ କପର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି । ଭାରତ ଏଥିସହ ପଦକ ନିଶ୍ଚିତ କରିଛି । ରବିବାର ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ୧୯୪୯ରୁ ଆରମ୍ଭ ହୋଇଥିବା ଥମାସ କପରେ ପ୍ରଥମ ଥର ପାଇଁ ଭାରତ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଭାରତ ୩-୨ରେ ଡେନମାର୍କକୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି ।  ଭାରତର ଲକ୍ଷ୍ୟ ସେନ ପ୍ରଥମ ମୁକାବିଲାରେ ୧୩-୨୧, ୧୩-୨୧ରେ ଭିକ୍ଟର ଏକ୍ସଲେସନଙ୍କ ନିକଟରୁ ପରାଜିତ ହୋଇଥିଲେ । ସାତ୍ୱିକ-ଚିରାଗ ୨୧-୧୮, ୨୧-୨୩, ୨୨-୨୦ରେ କିମ ଆସ୍ତ୍ରୁପ ଓ ମାଥିୟାସା କ୍ରିଷ୍ଟିଏସନ ଯୋଡିଙ୍କୁ ପରାସ୍ତ କରି ୧-୧ ସ୍ଥିତିକୁ ଆଣିଥିଲେ । ତୃତୀୟ ମୁକାବିଲାରେ କିଦାମ୍ବି ଶ୍ରୀକାନ୍ତ ୨୧-୧୮, ୧୨-୨୧ ଓ ୨୧-୧୫ରେ ଆନ୍ଦ୍ରେସ ଏଂଟୋନସନଙ୍କୁ ହରାଇଥିଲେ । ୪ର୍ଥ ମ୍ୟାଚରେ କୃଷ୍ଣ ପ୍ରସାଦ ଗର୍ଗ ଓ ବିଷ୍ଣୁବର୍ଦ୍ଧନ ଯୋଡି ୧୪-୨୧, ୧୩-୨୧ରେ ଆନ୍ଦ୍ରେସ ସ୍କାରୂପ ଓ ଫେଡରିକ ସୋଗାର୍ଡଙ୍କ ନିକଟରୁ ପରାଜିତ ହୋଇଥିଲେ ।

ଡେନମାର୍କ ଓ ଭାରତ ଉଭୟ ୨ଟି ଲେଖାଁଏ ମ୍ୟାଚ ଜିତିବା ଫଳରେ ମୁକାବିଲା ରୋମାଂଚକ ସ୍ଥିତିରେ ପଂହଚିଥିଲା । ନିର୍ଣ୍ଣାୟକ ମୁକାବିଲାରେ ଏଚଏସ ପ୍ରଣୟ ୧୩-୨୧, ୨୧-୯, ୨୧-୧୨ରେ ରାମସୁସ ଗେମକଙ୍କୁ ପରାସ୍ତ କରି ଭାରତକୁ ଜିତାଇଥିଲେ । ଉବେର କପ ମହିଳା ବିଭାଗରେ ଭାରତ କ୍ୱାର୍ଟର ଫାଇନାଲରେ ୦-୩ରେ ଥାଇଲାଣ୍ଡ ନିକଟରୁ ପରାଜିତ ହୋଇଛି ।

Leave A Reply

Your email address will not be published.