Latest Odisha News

BREAKING NEWS

ପୁରୀରୁ ୩କୋଟି ଟଙ୍କାର ବ୍ରାଉନସୁଗାର ଜବତ : ମାଷ୍ଟରମାଇଣ୍ଡ ସମେତ ୩ଜଣ ଗିରଫ

ପୁରୀ : ପୁରୀ ମଙ୍ଗଳାଘାଟ ଅଞ୍ଚଳରୁ ୩ କିଲୋର ବ୍ରାଉନ ସୁଗାର ଜବତ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୩ଜଣ କଣାସ ଅଞ୍ଚଳର ହୋଇଥିବା ବେଳେ ଏମାନେ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିଲେ । ୩ଜଣଙ୍କ ଭିତରୁ ନଣ୍ଡା ଓରଫ ସୁଶାନ୍ତ ଏହି ଘଟଣାର ମାଷ୍ଟରମାଇଣ୍ଡ । ଏନେଇ ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଅଧିକ ତଦନ୍ତ ପାଇଁ ନଣ୍ଡାକୁ ରିମାଣ୍ଡରେ ଆଣିବ ପୋଲିସ ।

ପୁରୀର ମଙ୍ଗଳଘାଟ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ ଚଢାଉ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ଏହି ଚଢାଉରେ ବ୍ରାଉନ୍‌ସୁଗାର ମାଫିଆ ସୁଜିତ ପଟ୍ଟନାୟକ ଓରଫ୍ ନଣ୍ଡା ଗିରଫ ହୋଇଛି। ଗିରଫ ପରେ ନଣ୍ଡା ନିକଟରୁ ପ୍ରାୟ ୩ କେ.ଜି ଓଜନର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଗତ କିଛି ଦିନ ବ୍ରାଉନ୍‌ସୁଗାର ମାଫିଆ ନଣ୍ଡା ପୋଲିସ ସ୍କାନରେ ଥିଲା । ଲଗାତର ଭାବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରୁଥିଲା । ଆଉ ଏବେ ନଣ୍ଡାକୁ ଗିରଫ କରିବା ସହ ସମସ୍ତ ବ୍ରାଉନ୍‌ସୁଗାରକୁ ଜବତ କରିବାରେ ସଫଳ ହୋଇଛି ସ୍ପେଶାଲ୍ ସ୍କ୍ଵାର୍ଡ । ନଣ୍ଡାର ଘର କଣାସ ଥାନା କେସରପୁର ଗାଁରେ ବୋଲି ଜଣାପଡିଛି । ଏନେଇ ପୁରୀ ଏସ୍ପି ଡ଼ କେ ଵିଶାଲ ସିଂ ସୂଚନା ଦେଇଛନ୍ତି।

Leave A Reply

Your email address will not be published.