Latest Odisha News

BREAKING NEWS

ବାହାରେ ଥିବା ମହିଳା ବି ପାଇବେ ସୁଭଦ୍ରା ଟଙ୍କା 

ଭୁବନେଶ୍ୱର: ଏଣିକି ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ମହିଳାମାନେ ମଧ୍ୟ ସୁଭଦ୍ରାରେ ସାମିଲ ହେବେ। ସେମାନେ ବି ପାଇବେ ସୁଭଦ୍ରା ଟଙ୍କା। ସୁଭଦ୍ରା’ ଆବେଦନ ନେଇ ପୁଣି ଆଉ ଏକ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି। ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି। ସୋମାନଙ୍କୁ ଅନୁରୋଧ, ଜଲ୍‌ଦି ଆବେଦନ କରନ୍ତୁ, ସେମାନଙ୍କୁ ମଧ୍ୟ ଟଙ୍କା ମିଳିବ। ଜିଲ୍ଲା ଭିତ୍ତିକ ସମୀକ୍ଷାକୁ ନେଇ କିଛି ଏପରି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି, ୪ର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିବ। ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ବାଦ୍‌ ପଡିଥିବା ହିତାଧିକାରୀଙ୍କ ପାଇଁ ଜିଲାୱାରୀ ରିଭ୍ୟୁ ହୋଇଥିଲା । ଯେଉଁମାନେ ଆବେଦନ କରି ନାହାଁନ୍ତି, ସେମାନେ ଆବେଦନ କଲେ ଟଙ୍କା ପାଇବେବୋଲି ସେ କହିଛନ୍ତି।

ତେବେ କହିରଖୁଛୁ, ଏଇ ମାସ ଶେଷ ସପ୍ତାହରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏଯାବତ୍ ସୁଭଦ୍ରା ତିନୋଟି କିସ୍ତି ମିଳିଛି। ହେଲେ ଏବେବି ୨ ଲକ୍ଷରୁ ଅଧିକ ମହିଳା ନିଜର କେୱାଇସି ଅପଡେଟ କରିନାହାନ୍ତି। ଆଉ ଅଜାଣତରେ ଅପ୍ଟ୍ ଆଉଟ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ଅପ୍ଟ୍ ଇନ୍ କରିଛନ୍ତି ୧୭ ହଜାର। ତେଣୁ ସରକାର ମାସ ଶେଷ ଆଡକୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ପ୍ରସ୍ତୁତ ହେଉଥିବାରୁ ଯଥାଶୀଘ୍ର କେୱାଇସି ବାୟୋମେଟ୍ରିକ ଅନୁଯାୟୀ ଅପଡେଟ କରିବାକୁ ପରାମର୍ଶ ଦେଇଛନ୍ତି।

Comments are closed.