Latest Odisha News

BREAKING NEWS

ରୁଷର ୩୮ ସହରରେ ପୁତିନଙ୍କ ବିରୋଧରେ ବିକ୍ଷୋଭ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ୭ମାସ ପୂରିବାକୁ ଯାଉଛି । ଧନ, ଜୀବନ ଏବଂ ସବୁ କିଛି ଏଥିରେ କ୍ଷତି ହେଉଥିଲେ ମଧ୍ୟ କେହି ଚେତୁ ନାହାନ୍ତି । ଯୁଦ୍ଧର ଉଷ୍ମକା ଟିକେ କମି ଆସିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ପରମାରୁ ବୋମା ବୟାନ ଏହାକୁ ଆହୁରି ତେଜିଛି । ପୁତିନ ଆବଶ୍ୟକ ସୁରକ୍ଷା ପାଇଁ ୩ ଲକ୍ଷ ରିଜର୍ଭ ସୈନିକ ନିୟୋଜିତ କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଯାହାକୁ ନେଇ ତାଙ୍କ ଘୋର ବିରୋଧରେ ସମ୍ମୁଖୀନ ହେବାକୁ ପଡୁଛି । ରିପୋର୍ଟ ମୁତାବକ ପୁତିନଙ୍କ ଏହି ନିଷ୍ପତି ଯୋଗୁ ୩୮ ସହରରେ ସାଧାରଣ ଜନତା ବିକ୍ଷୋଭ ଆରମ୍ଭ କରିଛନ୍ତି । ପୋଲିସ ମଧ୍ୟ ବଳପୂର୍ବକ ଭାବେ ଏହାକୁ ଦମନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା ନେଇ ମଧ୍ୟ ପୁତିନଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ବ୍ୟତୀତ ଜର୍ମାନୀର ବର୍ଲିନରେ ମଧ୍ୟ ରୁଷ ଦୂତାବସ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଜାପାନ, ହଙ୍ଗେରୀ, ଫ୍ରାନ୍ସ, ଅଷ୍ଟ୍ରେଲିଆ ସମେତ ୟୁରୋପୀୟ ଦେଶଗୁଡିକ ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ।

Leave A Reply

Your email address will not be published.