ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଗୁରୁବାର ଭୋର୍ ୪ଟା ବେଳେ ମୃତ୍ୟୁ ହୋଇଛି। ବୁଧବାର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଆଦିକନ୍ଦଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ରମ୍ଭା ସହରସ୍ଥିତ ତାଙ୍କ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି।
ଅପରପକ୍ଷେ ଆଦିକନ୍ଦଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରିଛନ୍ତି ଯେ, ଆଦିକନ୍ଦ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ସେ ଟୁଇଟ୍ କରିଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ୍ ଜରିଆରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସେହିଭଳି ମନ୍ତ୍ରୀ ଜଗନ୍ନାଥ ସାରକା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଅମର ପଟ୍ଟନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ କୁମାର ଦାସବର୍ମା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଆଦିକନ୍ଦ ୨୦୦୯ ମସିହାରେ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସିପିଆଇ ତରଫରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୪ ମସିହାରେ ସେ ବିଜେଡ଼ିରେ ସାମିଲ ହୋଇଥିଲେ ।
BREAKING NEWS
- ଓଡ଼ିଶା ଚାଳକଙ୍କ ଦକ୍ଷତା ଓ ଶୃଙ୍ଖଳାକୁ ଜାପାନୀ ପ୍ରତିନିଧିଙ୍କ ପ୍ରଶଂସା
- Automated Challan System: ବଡ଼ବିଲ-ପାଣିକୋଇଲି ରାଜପଥରେ ଏହି ତାରିଖରୁ ଆରମ୍ଭ ହେବ ସ୍ୱୟଂକ୍ରିୟ ଇ-ଚାଲାଣ ପ୍ରକ୍ରିୟା
- ବେଆଇନ ଭାବେ ଓଡ଼ିଶା ସୀମାରେ ପ୍ରଚାର କରୁଥିଲା ଆନ୍ଧ୍ରର ପ୍ରଚାର ଗାଡ଼ି…ପଟ୍ଟାଙ୍ଗି ତହସିଲଦାର ଗାଡ଼ି ଅଟକାଇଲେ
- Census 2027:୨୦୨୭ ଜନଗଣନା ପାଇଁ ତାରିଖ ଘୋଷଣା; ଏସବୁ ରାଜ୍ୟରେ ହେବନି…
- Naveen Patnaik speaks to Ganjam Collector:ଗଞ୍ଜାମ ଜିଲ୍ଲାପାଳଙ୍କ ସହ କଥା ହେଲେ ନବୀନ;ଲୋକଙ୍କ ଦୁଃଖ ସମୟରେ ସେବା ଯୋଗାଇବାକୁ କର୍ମୀଙ୍କୁ ପରାମର୍ଶ
- ୱାର୍ଲ୍ଡ ରେସଲିଂ ଚାମ୍ପିଅନ୍ସିପ୍ ୨୦୨୬: ଇତିହାସ ରଚିଲେ ମନୀଷା ଭାନୱାଲା
- ‘ଅର୍ଣ୍ଣବ’ଦେଇଗଲା ଲୁହ;ଭୂସ୍ଖଳନରେ ଗୋଟିଏ ପରିବାରର ୩ ମୃତ
- ଅଣ୍ଡର ୧୯ ଏସିଆ କପ: ଭାରତୀୟ ଦଳ ଘୋଷଣା, ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ସ୍ଥାନ
- IEDs recovered:ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା; ସରଣ୍ଡା ଜଙ୍ଗଲରୁ ଦୁଇଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଜବତ
- ୩ ବର୍ଷର ସମ୍ପର୍କ ଭାଙ୍ଗିଲା! ଇବ୍ରାହିମ୍ ଅଲୀ ଖାନ୍ ଓ ପଲକ ତିୱାରୀଙ୍କର ହେଲା କି ବ୍ରେକ୍-ଅପ୍?

Comments are closed.