Latest Odisha News

BREAKING NEWS

ଋଷିକୂଲ୍ୟା ମାଛ ମଡ଼କ: ନଦୀ କୂଳରେ ମରି ପଡିଛନ୍ତି ହଜାର ହଜାର ସଂଖ୍ୟାର ମାଛ

ଗଞ୍ଜାମ: ଗଞ୍ଜାମ ଋଷିକୂଲ୍ୟା ନଦୀରେ ମାଛ ମଡ଼କ। ନଦୀ କୂଳରେ ହଜାର ହଜାର ସଂଖ୍ୟାରେ ମାଛ ମରିପଡ଼ିଛନ୍ତି। ହଠାତ୍ ନଦୀ କୂଳରେ ମାଛମଡ଼କ ଦେଖି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ଜୀବନ ଜୀବିକାକୁ ନେଇ ମତ୍ସ୍ୟଜୀବୀମାନେ ଚିନ୍ତା ପ୍ରକଟ କରିଥିବା ବେଳେ ହଠାତ୍ କେମିତି ଏତେ ସଂଖ୍ୟକ ମାଛ ମଲେ ତାର ତଦନ୍ତ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଋଷିକୁଲ୍ୟା ମୁହାଁଣ ଠାରୁ କାଇଁଚପୁର ଗାଁ ପର୍ଯ୍ୟନ୍ତ ନଦୀ କୂଳରେ ବହୁ ସଂଖ୍ୟାରେ ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଋଷିକୁଲ୍ୟା ପୋଲ ଠାରୁ ପୋତାଗଡ଼ ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ ଖାଲୁଆ ସ୍ଥାନଗୁଡ଼ିକରେ ହଜାର ହଜାର ମାଛ ମରି ପଡ଼ିଛନ୍ତି।

ଏମିତିକି ନଦୀରେ ମଧ୍ୟ ଅନେକ ମଲା ମାଛ ଭାସୁଥିବାର ଦେଖିବାକୁ ମିଳିଛିଫଳରେ ନଦୀ ଜଳ ଦୂଷିତ ହେବା ସହ ଉକ୍ତ ଏରିଆ ଗନ୍ଧରେ ଫାଟି ପଡ଼ୁଛି।

ଏଭଳି ସ୍ଥିତି ଦେଖି ମତ୍ସ୍ୟଜୀବୀଙ୍କୁ ଜୀବିକାର ଭୟ ଘାରିଲାଣି। ସବୁକିଛି ଠିକ୍ ଚାଲୁଥିବା ବେଳେ ହଠାତ୍ କାହିଁକି ଏମିତି ହେଲା ? ଯଦି ଆଗକୁ ଏମିତି ହେବ, ନଦୀର ସବୁ ମାଛ ମରିଯିବେ ତେବେ ଜୀବିକା ନିର୍ବାହ କରିବା କଷ୍ଟକର ହୋଇପଡ଼ିବା ବୋଲି ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଋଷିକୂଲ୍ୟା ନଦୀ ନିକଟରେ ଥିବା ଗ୍ରାସିମ ଇଣ୍ଡଷ୍ଟ୍ରିଜର ବିଷାକ୍ତ ବର୍ଜ୍ୟବସ୍ତୁ ନିଷ୍କାସନ ନେଇ ଗଞ୍ଜାମ ବାସିନ୍ଦା ଚିନ୍ତାରେ ପଡ଼ିଛନ୍ତି। ଏହି କାରଖାନାର ବର୍ଜ୍ୟବସ୍ତୁ ଓ ଦୂଷିତ ନଦୀ ଜଳ ପାଣିରେ ମିଶୁଥିବାରୁ ଏଭଳି ଘଟିଥାଇ ପାରେ କିମ୍ବା କୌଣସି ବିଷକ୍ରିୟା ଯୋଗୁ ଏଭଳି ଘଟିଛି ବୋଲି ସନ୍ଦେହ କରି ତୁରନ୍ତ ଏହାର ତଦନ୍ତ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.